କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଆଉ ଦୁଇ ସାଥୀକୁ ଏନକାଉଣ୍ଟର

କାନପୁର : ବିକାଶ ଦୁବେର ଆଉ ଦୁଇ ଜଣ ସାଥୀ ଏନକାଉଣ୍ଟରରେ ମୃତ । ବିକାଶ ଦୁବେର ନିକଟ ସାଥୀ ରଣବୀର ଶୁକ୍ଲା ଓ ପ୍ରଭାତ ମିଶ୍ରକୁ ଏନକାଉଣ୍ଟର କରିଛି କାନପୁର ପୋଲିସ । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ । ପୋଲିସ ହେପାଜତରୁ ଫେରାର ହେବାକୁ ପ୍ରଭାତ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା।

ଇଟାୱାର ମହେବା ପାଖ ହାଇୱେରୁ ଏକ ସ୍ୱିଫ୍ଟ ଡିଜାୟାର ଲୁଟ କରି ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ଗୁଳିର ଶିକାର ହୋଇଥିଲା ରଣବୀର ଶୁକ୍ଲା । ଏହି ଘଟଣାରେ ପୋଲିସ ଡିଜି ୫୦ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ବିକାଶକୁ ଧରିବା ପାଇଁ ପୋଲିସ ତନାଘନା କରୁଥିବା ବେଳେ ଅନ୍ୟପଟେ କେଉଁ ପୋଲିସ କର୍ମଚାରୀମାନେ ଏଥିରେ ଜଡିତ ଅଛନ୍ତି, ସେନେଇ ଛାନଭିନ ଚଳାଇଛନ୍ତି ପୋଲିସ ଡିଜି ।

amar dubeyସୂଚନା ଥାଉକି, ଗତକାଲି ଫରିଦାବାଦର ଏକ ହୋଟେଲରେ ଦୁବେ ଲୁଚିଥିବା ନେଇ ସୂଚନା ମିଳିଥିଲା । ପୋଲିସ ପହଁଚିବା ପୂର୍ବରୁ ହୋଟେଲରୁ ଖସି ଯାଇଥିଲା ବିକାଶ ଦୁବେ । ହେଲେ ପୋଲିସ ଗୁଳିରେ ଗଡିଥିଲା ଅମର ଦୁବେର ମୁଣ୍ଡ । ବିକାଶର ଦୁବେର ଡାହାଣ ହାତ ଥିଲା ଅମର । ବିକାଶର କଳା ସାମ୍ରାଜ୍ୟରେ ଅମରର ବଡ଼ ଭାଗ ରହିଥିଲା । ତେବେ କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଏବେ ବି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫେରାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.