ତିରୁପତି ବାଲାଜୀ ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା, ପ୍ରସାଦ ତିଆରି କରୁଥିବା କର୍ମଚାରୀ ବି ସଂକ୍ରମିତ

ଦେଶର ସବୁଠୁ ଧନୀ ମନ୍ଦିର ତିରୁପତି ବାଲାଜୀ ମନ୍ଦିର ପୁଣିଥରେ ବନ୍ଦ ହୋଇପାରେ। ପୂଜାରୀ ସମେତ ମନ୍ଦିରର ସଦସ୍ୟଙ୍କ ମଧ୍ୟରେ ୧୪୦ ଜଣଙ୍କୁ କରୋନା ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ପୂଜାରୀ ମଧ୍ୟ ଅଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ମନ୍ଦିରକୁ ପୁଣିଥରେ ବନ୍ଦ କରିବା ପାଇଁ ଦାବି ହେଉଛି। ସଂକ୍ରମିତଙ୍କ ମଧ୍ୟରେ ପୂଜାରୀ, ଟିଟିଡି କର୍ମଚାରୀ, ସିକ୍ୟୁରିଟି ଷ୍ଟାଫ୍‌ ଓ ପ୍ରସାଦ ତିଆରି କରୁଥିବା କର୍ମଚାରୀ ଅଛନ୍ତି।

Tirupati temple in Andhra Pradesh | Wikimedia Commons

ତେବେ ପୂର୍ବଥର ଲକ୍‌ଡାଉନ୍‌ ଯୋଗୁ ମନ୍ଦିର ବନ୍ଦ ହେବା କାରଣରୁ ମନ୍ଦିରର କୋଟି କୋଟି ଟଙ୍କା କ୍ଷତି ହୋଇଥିଲା। ସେତେବେଳେ ଷ୍ଟାଫ୍‌ଙ୍କୁ କେମିତି ଦରମା ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ପୁଣିଥରେ ଶତାଧିକ କରୋନା ସଂକ୍ରମିତ ମିଳିବା ପରେ ମନ୍ଦିର ବନ୍ଦ ହେବା ନେଇ ଶୁଣିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ଜୁନ୍‌ ୮ ତାରିଖରେ ମନ୍ଦିରକୁ ପୁନର୍ବାର ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା।

Leave A Reply

Your email address will not be published.