କରୋନାରେ ଗୁରୁତର ହେଲେ କି ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ?, ନାନାବତୀ ହସ୍ପିଟାଲରେ କରାଗଲା ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):ଐଶ୍ବର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ରାୟ ବଚ୍ଚନଙ୍କୁ ନାନାବତୀ ହସ୍ପିଟାଲରେ  କରାଗଲା ଭର୍ତ୍ତି। କରୋନା ପଜିଟିଭ୍ ଚିହ୍ନଟ ପରେ ଉଭୟ ଘରେ  ରହି ଚିକିତ୍ସିତ ହେଉଥିଲେ। ଆଜି ତାଙ୍କୁ ନାନାବତୀ କୋଭିଡ କେୟାରକୁ ସ୍ଥାନାନତର କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ଥଣ୍ଡା କାଶ ଓ ଜ୍ବର ଲାଗି ରହିଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସେପଟେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବଚ୍ଚନ ପରିବାର ୪ ଜଣ  ଆକ୍ରାନ୍ତ ହେବା ପରେ ଦେଶ ତମାମ ଛୁଟୁଛି ଆରୋଗ୍ୟ କାମାନର ଶୁଭେଚ୍ଛା।

 

Leave A Reply

Your email address will not be published.