ଚେହେରାରେ ଏମିତି ରହିଲା ମାସ୍କର ଚିହ୍ନ ଯେ ଲୋକେ କହିଲେ ନିଜ ଉପରେ ଗର୍ବ କର

ସାରା ଦୁନିଆରେ ବର୍ତ୍ତମାନ ଆଗ ଧାଡ଼ିର କରୋନା ଯୋଦ୍ଧା ମାନେ କରୋନା ସହ ଲଢେଇ କରୁଛନ୍ତି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଇଣ୍ଟରନେଟରେ ବର୍ତ୍ତମାନ ଏହିଅପରି ଅନେକ କରୋନା ଯୋଦ୍ଧାଙ୍କ କାହାଣୀ ଭାଇରଲ ହେବାରେ ଲାଗିଛି । ତେବେ ମିକତାରେ ଜଣେ ପାକିସ୍ତାନୀ ଡାକ୍ତରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଫଟୋଟି ସେ କରୋନା ୱାର୍ଡରେ ସିଫ୍ଟ ଶେଷ କରିବା ପରେ କ୍ଲିକ କରିଛନ୍ତି ଏବଂ ଏହି ଫଟୋରେ ତାଙ୍କ ପରିଶ୍ରମର ଚିହ୍ନ ସଫା ସଫା ଦେଖାଯାଉଛି ।


ଏହି ଫଟୋକୁ ଟ୍ୱିଟର ୟୁଜର Baakh @bnusratସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ “କରୋନା ୱାର୍ଡ ସିଫ୍ଟ ପରେ ବୋଧେ ମୋତେ ଆଉ ଗୋଟିଏ ନୂଆ ଚେହେରାର ଆବଶ୍ୟକତା ପଡିପାରେ” । ତେବେ ଭାଇରଲ ହେଉଥିବା ଏହି ଫଟୋ ଟିକୁ ଲୋକମାନେ ଖୁବ ସେୟାର କରୁଛନ୍ତି ।

Leave A Reply

Your email address will not be published.