ଆନ୍ଧ୍ରପ୍ରଦେଶ: ଲକଡାଉନରେ ଡହଳ ବିକଳ ଅଭ୍ୟାସଗତ ମଦୁଆ, ମଦ ନମିଳିବାରୁ ସାନିଟାଇଜର ପିଇ ଚାଲିଗଲା ୯ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଅଭ୍ୟାସଗତ  ମଦୁଆଙ୍କୁ ପାଗଳ କରିଦେଇଛି ଲକଡାଉନ। ମଦ ଟିକିଏ ପିଇବା ପାଇଁ ଡହଳ ବିକଳ ହୋଇ ଚେରାମଦ କିମ୍ବା ମଦର ବିକଳ୍ପ ପଦର୍ଥକୁ ଖାଇବାକୁ ଚେଷ୍ଟା କରୁଛନ୍ତି। ଯାହା ଫଳରେ ଅନେକଙ୍କର ପ୍ରାଣହାନୀ ହେବାର ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଜିଲ୍ଲାରେ ସାନିଟାଇଜର ପିଇ ୯ ଜଣ  ମୃତ ବରଣ କରିଛନ୍ତି। ମଦ ପିଇବାକୁ ନପାଇ ସାନିଜାଇଜର ପିଇବାଦ୍ୱାରା କୁରିଚେଦୁ ଗାଁରେ ୮ଜଣଙ୍କ ଜୀବନ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ସମସ୍ତ ମଦ ଦୋକାନ ବନ୍ଦ ରହିଛି। ଏହାଦ୍ୱାରା ଅଭ୍ୟାସଗତ ମଦୁଆମାନେ ମଦର ବିକଳ୍ପ ଖୋଜିବାରେ ବ୍ୟସ୍ତ। ଗତକାଲି ରାତିରେ କୁରିଚେଦୁ ଗାଁର କିଛି ମଦୁଆ ସାନିଟାଇଜର ପିଇ ଦେଇଥିଲେ। ବିଳମ୍ବିତ ରାତିରେ ସେମାନଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏଥିରେ ଜଣେ ମୃତ୍ୟୁବରଣ କରିଥିଲା। ଅନ୍ୟମାନେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗ୍ରାମବାସୀମାନେ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ। ସେମାନଙ୍କୁ ଦର୍ସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନ୍ୟ ଜଣେ ପ୍ରାଣ ହରାଇଥିଲା। ପରେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.