ଅଧା ରାସ୍ତାରେ ଜଳ‌ସ୍ରୋତ ଭିତରେ ଫସିଲେ ଭାରତୀୟ କ୍ରିକେଟର ଧାୱନ ଓ କୈଫ, ଯାହାର ଫଟୋ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗିରହିଛି । ସାରା ଦେଶର ବିଭିନ୍ନ ସ୍ଥାନ ଏଥିରେ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ବାଦ୍ ପଡିନି ଦିଲ୍ ବାଲୋକା ସେହେର ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଫଳରେ କିଛି ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି ।

ଏଭଳି ସ୍ଥିତିରେ ଗତକାଲି ଅର୍ଥାତ୍ ବୁଧବାର ଗୁରୁଗ୍ରାମ ରାସ୍ତାରେ ଫସି ଯାଇଥିଲେ ଭାରତୀୟ କ୍ରିକେଟର ଶିଖର ଧାୱନ। ଅଭ୍ୟାସ ପାଇଁ ଯାଇଥିଲା ବେଳେ ପ୍ରବଳ ପାଣିରେ ସେ ଫସିଯାଇଥିଲେ । ଏନେଇ ଖବର ପାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫଙ୍କୁ ମଧ୍ୟ ଜଳ‌ସ୍ରୋତ ଭିତରେ କିଛି ସମୟ ଅଟକି ରହିବାକୁ ପଡିଥିଲା। ପାଣି କମିବା ପରେ ଯାଇ ଉଭୟ ସେଠାକୁ ବାହାରି ଘରକୁ ଫେରିଥିଲେ। ଯାହାର ଫଟୋଟିକୁ କୈଫ ନିଜ ଟ୍ବିଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏହା ଭାଇରାଲ୍ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.