ଧୋନିଙ୍କୁ ଏମିତି ପ୍ରଶଂସା କଲେ ମୋଦି, “ତମେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଅଛ, ତମ ଶୂନ୍ୟ ସ୍ଥାନ କେହି ପୁରଣ କରି ପାରିବେ ନାହିଁ”

ଗତ ଅଗଷ୍ଟ ୧୫ ତାରିଖ ୭୪ ତମ ସ୍ୱାଧୀନତା ଦିବସ ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସନ୍ଧ୍ୟା ୭.୨୯ ମିନିଟ ସମୟରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ନିଜ ଅବସର ଘୋଷଣା କରିଥିଲେ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ଭିଡିଓ ସେୟାର କରି ନିଜର ଏହି ନିଷ୍ପତ୍ତି ବାବଦରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଯାହାକି କୋଟି କୋଟି ଭାରତୀୟଙ୍କ ପାଇଁ କୌଣସି ଝଟକା ଠାରୁ କମ ନଥିଲା । ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଭାରତର ଏହି ଲୋକପ୍ରିୟ କ୍ୟାପଟେନଙ୍କୁ ଏକ ପତ୍ର ଜରିଆରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଦୁଇ ପୃଷ୍ଠା ବିଶିଷ୍ଟ ଏହି ପତ୍ରରେ ମୋଦି, ଧୋନିଙ୍କ ଭୁୟସୀ ପ୍ରଶଂସା କରିବା ସହିତ ତାଙ୍କ ଅସାଧାରଣ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଏହି ଚିଠି ଟିକୁ ନିଜେ ମାହି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ଶୁଭେଚ୍ଛା ପାଇଁ ପିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନିଜ ପୁରା ନାଁ ବାଦ ମାହି ନାମରେ ଅଧିକ ଲୋକପ୍ରିୟ ମହେନ୍ଦ୍ର ସିଂହ ଧୋନିଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଯେ ଖାଲି କ୍ରିକେଟ କି ଖେଳ ଜଗତ ଉପରେ ପଡିଛି ତାହା ନୁହେଁ ।

mahi

ଏହି ପତ୍ରରେ ଶ୍ରୀ ମୋଦି କ୍ରିକେଟ ଜଗତକୁ ଧୋନିଙ୍କ ଦଳ ପ୍ରତି ଥିବା ତାଙ୍କ ଅବଦାନ ବିଷୟରେ ବି ବଖାଣିଛନ୍ତି । ମୋଦିଙ୍କ ଅନୁଯାୟୀ,”ହୁଏତ ଏମିତି କେହି ବ୍ୟକ୍ତି ନଥିବେ ଯେଉଁମାନେ କି ଧୋନିଙ୍କୁ ପସନ୍ଦ କରୁନଥିବେ । ଖାଲି ଧୋନି ନୁହେଁ ତାଙ୍କ ଝିଅ ଜିଭାଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ ବି ଉଲ୍ଲେଖ କରିଛନ୍ତି ।”

ଦୁଇ ପୃଷ୍ଠା ବିଶିଷ୍ଟ ଏହି ପତ୍ରରେ ପିଏମ ମୋଦି ମାହିଙ୍କ ସରଳତାକୁ ନେଇ ବର୍ଣ୍ଣନା କରିବାକୁ ଭୁଲିନାହାନ୍ତି । ପିଏମ ମୋଦି ଏହା ମଧ୍ୟ ଲେଖିଛନ୍ତିକି, “ସେନା ପ୍ରତି ଧୋନିଙ୍କର ଏକ ଗଭୀର ଭଲ ପାଇବା ରହିଛି । ନିଜ ବ୍ୟକ୍ତିଗତ ଜୀବନ ଓ କାମ ମଧ୍ୟରେ ସେ ଯେପରି ଏକ ସମନ୍ଵୟ ରକ୍ଷା କରନ୍ତି ତାହା ଖୁବ ବିରଳ ଦେଖାଯାଏ ।”

ଧୋନିଙ୍କ ଉଦ୍ଦେଶ୍ୟରେ ପିଏମ ଏହା ମଧ୍ୟ ଲେଖିଛନ୍ତିକି, “ତମେ କେଉଁଠୁ ଆସିଛ ତାହା କୌଣସି ମାନେ ରଖେ ନାହିଁ । ତମେ ଆଜି କେଉଁ ସ୍ଥାନରେ ଅଛ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ କେବଳ ମାତ୍ର ନାଁ କେବେ ମଧ୍ୟ ଯୁବପିଢ଼ିଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଂଚିବାରେ ସହାୟକ ହୁଏନାହିଁ । ସେମାନଙ୍କୁ ନିଜ ଲକ୍ଷ ସ୍ଥଳ ଓ ନାଁ ନିଜକୁ ହିଁ ସ୍ଥିର କରିବାକୁ ପଡିଥାଏ ।” ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମଧ୍ୟ ଧୋନି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବିରଳ ରେକର୍ଡ ହାସଲ କରିବା ସହ ୧୩୦ କୋଟି ଭାରତୀୟଙ୍କ ହୃଦୟ ଜିଣି ପାରିଛନ୍ତି ।

ଆମ ପାଇଁ ଏହା ବି ଗୁରୁତ୍ୱ ରଖେ ନାହିଁ, “ତମର ହାୟର ଷ୍ଟାଇଲ କଣ ଥିଲା । ତମେ କେଉଁ ଗେଟ ଅପରେ ପଡିଆକୁ ଓଲ୍ହେଇ ଥିଲ । ଉଭୟ ହାର ଓ ଜିତ ସମୟରେ ତମ ମସ୍ତିସ୍କ ଓ ମନ ଉଭୟ ସ୍ଥିର ରହିଥାଏ । ଯାହାକି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ।”

ଏହି ପତ୍ରର ଜଵାବରେ ଧୋନି କ୍ୟାପ୍ସନର ସହ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ଜଣେ କଳାକାର, ସୈନିକ ଓ ସ୍ପୋର୍ଟ୍ସ ପର୍ସନ ବାବଦରେ ଯାହା ଯାହା ପାଇବା ପାଇଁ ଇଛା ରଖିଥିଲି, କଡା ପରିଶ୍ରମ ଦ୍ୱାରା ସେହି ସବୁ ହାସଲ କରିପାରିଛନ୍ତି । ପିଏମ ମୋଦିଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ୨୦୧୯ ଦିନିକିଆ ବିଶ୍ୱକପ ଶେଷ ପରେ ଧୋନି କିଛି ଦିନ ଆର୍ମି ଶିବିରରେ ରହି  ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.