Below header

ସୁଶାନ୍ତଙ୍କ ଘରୁ ଶୁଭୁଥିଲା ଅଜବ ଶବ୍ଦ ଓ ଘଟୁଥିଲା ଏଭଳି ଅଲୌକିକ ଘଟଣା, ଖୁଲାସା କଲା ରୋଷେୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସୁଛି। ଏହାର ଉତ୍ତର ଖୋଜିବାକୁ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି ଓ ଏହା ଏକ ନୂଆ ପ୍ରଶ୍ନ ଠିଆ କରୁଛି। ସୁଶାନ୍ତଙ୍କ ରୋଷେୟା ନୀରଜ ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ ପୁରୁଣା ଘରୁ ଆପେ ଆପେ ଡ୍ରମ୍‌ ବାଜିବା, ଲିଫ୍ଟ ଉପର ତଳ ହେବା, ରୁମ୍‌ର ଲାଇଟ୍‌ ଜଳିବା ବନ୍ଦ ହେବା ଆଦି ଅଲୌକିକ ଘଟଣାମାନ ଘଟୁଥିଲା।

ନୀରଜ କହିଛନ୍ତି ଯେତେବେଳେ ସୁଶାନ୍ତ ସାର୍‌ ପାଲି ବଜାରରେ କୈପ୍ରି ହାଇଟ୍ସ ବିଲ୍ଡିଂରେ ରହୁଥିଲେ ସେତେବେଳେ ମୁଁ ତାଙ୍କ ସହ କାମ କରିବା ଆରମ୍ଭ କରିଥିଲି। ସେଠାରେ ମୁଁ ଝାଡ଼ୁ କରିବା, କୁକୁର ବୁଲାଇବା, ଚାହା, ଖାଦ୍ୟ ତିଆରି କରିବା ସହ ଅନ୍ୟ ଜିନିଷ ପରଷୁଥିଲି। ଏହି ଫ୍ଲାଟରେ ସୁଶାନ୍ତ ସାର୍‌ଙ୍କ ସହ ଯୋଗାଯୋଗ କରିବାକୁ ଆମକୁ ଓ୍ଵାକି-ଟକି ସେଟ୍‌ସ ଦିଆଯାଇଥିଲା।

sushant2

ଦିନେ ରାତିରେ ଶୋଇଥିବା ବେଳେ ଅଚାନକ ଓ୍ଵାକିରେ ଶବ୍ଦ ଶୁଭିଲା ନୀରଜ ଲାଇଟ୍‌ ବନ୍ଦ କରିଦିଅ। ମୁଁ ଉଠି ସୁଶାନ୍ତ ସାର୍‌ଙ୍କ ରୁମ୍‌ ପାଖକୁ ଗଲା ବେଳକୁ ଦେଖିଲି ଯେ ସାର ଶୋଇଛନ୍ତି ଓ ଲାଇଟ୍‌ ବି ବନ୍ଦ ଅଛି। ମୁଁ ଫେରି ଆସିଲି। ପୁଣି କିଛି ସମୟ ପରେ ମୋତେ ସେହି ଶବ୍ଦ ଶୁଣାଗଲା। ଉଠି ଦେଖିବା ବେଳେକୁ ସାର୍‌ ଶୋଇଛନ୍ତି ଓ ଲାଇଟ୍‌ ବି ବନ୍ଦ ଅଛି। ସେଦିନ ମୁଁ ବହୁତ ଡରିଯାଇଥିଲି ଓ ରାତି ସାରା ଶୋଇପାରିନଥିଲି। କୈପ୍ରୀ ହାଇଟ୍ସରେ ଆମେ ଲିଫ୍ଟ ତଳ ଉପର ହେବା ଶବ୍ଦ ଶୁଣିବାକୁ ପାଉଥିଲୁ। ବେଳେବେଳେ ଡ୍ରମ୍‌ ଶବ୍ଦ ମଧ୍ୟ ଆସୁଥିଲା। ଏହି କାରଣରୁ ସୁଶାନ୍ତ ସାର୍‌ କିଛି ଦିନ ପାଇଁ କୈପ୍ରୀ ହାଇଟ୍‌ସରୁ ଓ୍ଵାଟର ଷ୍ଟୋନ୍‌ ରିସୋର୍ଟ ସିଫ୍ଟ ହୋଇଯାଇଥିଲେ।

sushant

ତେବେ ରବିବାର ସିବିଆଇର ଏକ ଟିମ୍‌ ଓ୍ଵାଟର ଷ୍ଟୋନ୍‌ ରିସୋର୍ଟରେ ପହଞ୍ଚିଥିଲେ ଯେଉଁଠାରେ ସୁଶାନ୍ତ ପ୍ରାୟ ୨ ମାସ ରହିଥିଲେ। ଭୟଙ୍କର ଘଟଣା ଯୋଗୁ ସୁଶାନ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହ ୨୦୧୯ରେ କୈପ୍ରୀ ହାଇଟ୍ସ ଛାଡ଼ି ଓ୍ଵାଟର ଷ୍ଟୋନ୍‌ ରିସୋର୍ଟରେ ରହିବାକୁ ଆସିଥିଲେ। ଏହି ରିସୋର୍ଟରେ ସୁଶାନ୍ତଙ୍କ ସ୍ପିରିଚୁଆଲ ହିଲିଂ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.