ଚେନ୍ନାଇ ସୁପରକିଙ୍ଗସ ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ଝଟ୍‌କା, ଟିମ୍‌ ସଦସ୍ୟଙ୍କୁ ହେଲା କରୋନା

ଆଇପିଏଲ ୧୩ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଖେଳସୂଚୀ ମଧ୍ୟ ସାମ୍ନାକୁ ଆସିସାରିଛି। ଏହାମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ବିପଦ ପଡିଛି । ଦିଲ୍ଲୀ କ୍ୟାପିଟାଲ ଟିମର ସହାୟକ ଫିଜିଓ ଥେରାପିସ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ କ୍ଵାରେଣ୍ଟାଇନ କରାଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଦିନ ସ୍ପଷ୍ଟ କରିଥିଲା ଯେ, ତାଙ୍କର ସପୋର୍ଟ ଷ୍ଟାଫର ଜଣେ ସଦସ୍ୟଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି । ତାଙ୍କର ପ୍ରଥମ ଦୁଇଟି ଯାଞ୍ଚ ନେଗେଟିଭ ଥିଲା କିନ୍ତୁ ତୃତୀୟ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା |

ତେବେ ସେ ଏଯାଏଁ ଟିମର ଖେଳାଳିଙ୍କ ସମ୍ପର୍କରେ ଆସିନଥିଲେ । ବିସିସିଆଇ ସ୍ପଷ୍ଟ କରିଥିଲା ଯେ, ୟୁଏଇ ଯାଇଥିବା ଟିମର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ୧୯୮୮ ଜଣଙ୍କର କରୋନା ଯାଞ୍ଚ କରାଯାଇଛି । ଚେନ୍ନାଇ ସୁପର କିଙ୍ଗସର ୧୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବାପରେ ହଇଚଇ ସୃଷ୍ଟି ହୋଇଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ଖେଳାଳି ସାମିଲ ଅଛନ୍ତି ।

Leave A Reply

Your email address will not be published.