ଖଳନାୟକ ଭୂମିକାରେ ନଜର ଆସିବେ ଜନ ଆବ୍ରାହମ, ଫିଲ୍ମ ‘ପଠାନ’ରେ ଶାହରୁଖଙ୍କ ସହିତ ଜମିବ ଯୋଡି

୨୦୦୪ରେ ରିଲିଜ୍ ହୋଇଥିବା ‘ଧୁମ୍’ ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ୍ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲେ। ରିପୋର୍ଟ ଅନୁଯାୟୀ, ଜନ ଆବ୍ରାହମ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ତା’ ପୁଣି ଶାହରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ଜନ ଆବ୍ରାହମଙ୍କ ଏହି ଅନ୍ଦାଜ ଦେଖିବାକୁ ମିଳିବ।

ଜନଙ୍କର ବେଶ୍‌ ଫ୍ୟାନ ରହିଛନ୍ତି। ଲକଡାଉନ ପୂର୍ବରୁ ଜନଙ୍କ ଫିଲ୍ମ ‘ବାଟଲା ହାଉସ୍‌ ଏବଂ ପାଗଲପନ୍ତି’ରେ ଦେଖିବାକୁ ମିଳିଥିଲା। ଖବର ମୁତାବକ, ‘ଜନ୍ ଫିଲ୍ମ ‘ପଠାନ୍’ର ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି। ଖୁବ୍ ଶୀଘ୍ର ସେ ଏଥିପାଇଁ ଚୁକ୍ତିବଦ୍ଧ ହେବେ । ଏହି ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜ ଦେଖିବାକୁ ମିଳିବ। ତାଙ୍କ ପାଇଁ ସ୍ୱତନ୍ତ୍ର ଲୁକ୍ ପ୍ରସ୍ତୁତ କରାଯାଉଛି। ସେ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।’ ସୂଚନାଥାଉକି, ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏଥିରେ ଫିମେଲ୍ ଲିଡ୍ ଭାବେ ନଜର ଆସିବେ।

କେବଳ ଏତିକି ନୁହେଁ, ଫିଲ୍ମ ‘ପଠାନ’ ଜରିଆରେ ବଲିଉଡକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ। ଶାହରୁଖଙ୍କ ଫିଲ୍ମ ‘ଜିରୋ’ ବେଶ୍‌ କମାଲ୍‌ କରିପାରିନଥିଲା। ଏବେ ଦର୍ଶକେ ଖୁବ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.