Xiaomi ଲଞ୍ଚ୍‌ କଲା ୮୦W ୱେୟାରଲେସ୍‌ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି, ମାତ୍ର ୧୯ ମିନିଟ୍‌ରେ ଫୁଲ୍‌ ଚାର୍ଜ ହେବ ସ୍ମାର୍ଟଫୋନ୍‌

ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି ସାଓମିର ଆଡଭାନ୍ସ ୱେୟାରଲେସ୍‌ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିଯୁକ୍ତ ସ୍ମାର୍ଟଫୋନ୍‌। ୮୦ ଓ୍ଵାଟ୍‌ର ରେଟିଂ ଯୋଗୁ ଏହାକୁ ଦୁନିଆର ସବୁଠୁ ଫାଷ୍ଟ ୱେୟାରଲେସ୍‌ ଚାର୍ଜିଂ ଟେକ୍ନୋଲୋଜି କୁହାଯାଉଛି। କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଟେକ୍ନୋଲୋଜି ସାହାଯ୍ୟରେ ୪୦୦୦mAh ର ବ୍ୟାଟେରୀଯୁକ୍ତ ସ୍ମାର୍ଟଫୋନ୍‌ ମାତ୍ର ୧୯ ମିନିଟ୍‌ରେ ଚାର୍ଜ କରି ହେବ। ସେହିଭଳି ମାତ୍ର ୮ ମିନିଟ୍‌ରେ ଏହି କ୍ଷମତାଯୁକ୍ତ ମୋବାଇଲ ୫୦ ପ୍ରତିଶତ ଚାର୍ଜ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି।

ଏହା ପୂର୍ବରୁ ସାଓମି ସବୁଠୁ ସ୍ପିଡ୍‌ ୫୦ ଓ୍ଵାଟ୍‌ର ୱେୟାରଲେସ୍‌ ଚାର୍ଜିଂ ଟେକ୍ନୋଲୋଜି ଲଞ୍ଚ୍‌ କରିଥିଲା। ଏହାକୁ ଚଳିତବର୍ଷ ଅଗଷ୍ଟ ମାସରେ କମ୍ପାନୀ ଲଞ୍ଚ୍‌ କରିଥିଲା। Mi 10 Ultra ରେ ଏହି ଫିଚର ଥିଲା।

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ସାଓମି ୧୦୦ ଓ୍ଵାଟର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଉପରେ କାମ କରୁଛି। ଏହି ଟେକ୍ନୋଲୋଜି ସହ ନୂଆ ଫୋନ୍‌ ଆସନ୍ତାବର୍ଷ ଆସିପାରେ। କୁହାଯାଉଛି ଯେ ଏହି ଟେକ୍ନୋଲୋଜିକୁ ସାଓମି ନିଜ ଆଗାମୀ ଫ୍ଲେଗସିପ୍‌ ସ୍ମାର୍ଟଫୋନ୍‌ରେ ଅଫର କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.