ସ୍ମାର୍ଟଫୋନ୍‌ ପାଇଁ ନୂଆ ସଫ୍ଟ ୱେୟାର ଅପଡେଟ୍‌ ଜାରି କଲା ସାମସଙ୍ଗ୍‌, ବଦଳିଯିବ ଫୋନ୍‌ର ପୂରା ଲୁକ୍‌

ସାମସଙ୍ଗ୍‌ ନିଜ ସ୍ମାର୍ଟଫୋନ୍‌ ପାଇଁ ନୂଆ ଆଣ୍ଡ୍ରଏଡ୍‌ ଇଣ୍ଟରଫେସ୍‌ One UI 3.0 ଜାରି କରିବାକୁ ଯାଉଛି। କମ୍ପାନୀ କେତେକ ସ୍ଥାନରେ ଏହାର ପବ୍ଲିକ୍‌ ଟେଷ୍ଟିଂ ମଧ୍ୟ ଆରମ୍ଭ କରିଦେଇଛି। ସୂଚନାଯୋଗ୍ୟ ଯେ ଏହି ଆଣ୍ଡ୍ରଏଡ୍‌ ୧୧ ଅପରେଟିଂ ସିଷ୍ଟମ୍‌ ଉପରେ ଆଧାରିତ କମ୍ପାନୀର ନୂଆ କଷ୍ଟମ୍‌ ଇଣ୍ଟରଫେସ୍‌ ହେବ। ଲଞ୍ଚ୍‌ ହେବା ପୂର୍ବରୁ ଏହାର କେତେକ ଫିଚର୍ସ ଲିକ୍‌ ହୋଇଛି।

ସାମସଙ୍ଗ୍‌ ତରଫରୁ କୁହାଯାଇଛି ଯେ One UI 3.0 ରେ ରିଡିଜାଇନ୍‌ କ୍ୱିକ୍‌ ପ୍ୟାନେଲ ମିଳିବ। ଏହା ୟୁଜରଙ୍କୁ ମ୍ୟୁଜିକ୍‌ ଓ ଭିଡିଓଜ୍‌ ମଧ୍ୟରେ ସହଜରେ ସ୍ୱିଚ୍‌ କରିବାରେ ବେଶ୍‌ ସହାୟକ ହେବ। ଏବେ ସାମସଙ୍ଗ୍‌ ଫୋନ୍‌ରେ ଉନ୍ନତମାନର ନୋଟିଫିକେସନ୍‌ ପ୍ୟାନେଲ ଦେଖିବାକୁ ମିଳିବ। ଏହା ମାଧ୍ୟମରେ ଆପଣ ଫୋନ୍‌ ଲକ୍‌ ଥିବା ବେଳେ ବି ଏହାର ମୁଖ୍ୟ ଫିଚରକୁ ଆକ୍ସେସ୍‌ କରିପାରିବେ।

SAMSUNG A 51

ମେସେଜ୍‌କୁ ବି ଏବେ ପୂର୍ବ ତୁଳନାରେ ଆହୁରି ଭଲ ଭାବେ ଦେଖିପାରିବେ। ଏଥିରେ ଫୁଲ ସ୍କ୍ରିନ୍‌ ଭିଡିଓ କଲସ୍‌ ବ୍ୟତୀତ AR ଇମୋଜି ମାସ୍କ ଭଳି ଫିଚର ମଧ୍ୟ ମିଳିବ। କମ୍ପାନୀ ତରଫରୁ ଡାଇନାମିକ୍‌ ଲକ୍‌ ସ୍କ୍ରିନ୍‌କୁ ମଧ୍ୟ ଉନ୍ନତମାନର କରାଯାଇଛି। ଏହି ଅପ୍‌ଡେଟ୍‌ ଆସିବା ପରେ ୟୁଜର ସାମସଙ୍ଗ ଫୋନ୍‌କୁ ଅନ୍‌ଲକ୍‌ କଲେ ସେମାନଙ୍କୁ ନୂଆ ଲକ୍‌ସ୍କ୍ରିନ୍‌ ଇମେଜ୍‌ ଦେଖାଇବ। ଅପଡେଟ୍‌ ହୋଇଥିବା ଭର୍ସନରେ ୧୦ଟି ଭିନ୍ନ ଭିନ୍ନ କାଟାଗୋରୀର ହାଇ ରିଜଲ୍ୟୁସନ୍‌ ଫଟୋ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.