କପିଳ ଦେବଙ୍କ ମୃତ୍ୟୁ ଖବର ମିଛ, ଏମିତି କଥାରେ ଭୀଷଣ ରାଗିଗଲେ କପିଳଙ୍କ ବନ୍ଧୁ ମଦନଲାଲ

ଜଣାଶୁଣା ଏବଂ ଲୋକପ୍ରିୟ ଅଲରାଉଣ୍ଡର ତଥା ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ସଂପୂର୍ଣ୍ଣ ସୁସ୍ଥ ଏବଂ ଠିକ୍ ଅଛନ୍ତି। ନିଜେ କପିଳ ଏକ ୨୧ ସେକେଣ୍ଡର ଭିଡିଓ ପ୍ରକାଶ କରି ଏକଥା କହିଛନ୍ତି। ଗତ କିଛିଦିନ ତଳେ କପିଳଙ୍କ ଦେହ ଅସୁସ୍ଥ ହେବାରୁ ଆଞ୍ଜିଓପ୍ଲାଷ୍ଟ ଅସ୍ତ୍ରୋପଚାର ହେବା ପରେ କପିଳ ନିଜ ଘରେ ରହି ବିଶ୍ରାମ ନେଉଥିଲେ।

କିନ୍ତୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୋସିଆଲ ମିଡିଆ ଟ୍ବିଟରରେ କେହି ଜଣେ ପୋଷ୍ଟ କରିଛନ୍ତି। ଏହି ମିଛ ଖବର ପ୍ରଚାରିତ ହେବା ପରେ କପିଳ ଦେବଙ୍କ ବନ୍ଧୁ ମଦନ ଲାଲ ଟ୍ବିଟ୍ କରି କପିଲ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ଏପରିକି ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଭୁଲ ଖବର ଦେଉଥିବା ଲୋକଙ୍କ ଉପରେ କପିଳ ବି କ୍ରୋଧ ପ୍ରକାଶ କରିଥିଲେ।

କପିଳଙ୍କ ବନ୍ଧୁ ମଦନ ଲାଲ ଗୁଜବ ଉପରେ ମତ ପ୍ରକାଶ କରି କହିଛନ୍ତି ଯେ ଆମ ଚାରିପାଖରେ ନକାରାତ୍ମକ ଲୋକ ଭରି ରହିଛନ୍ତି। ସେମାନେ ମିଛ ଖବର ପ୍ରସାରଣ କରୁଛନ୍ତି। କପିଳ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଗୁଜବ ପରେ କପିଳ ଆଜି ମଧ୍ୟ ଅନଲାଇନରେ କିଛି ସମୟ ବାର୍ତ୍ତାଳାପ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.