ଏହି ଦିନ ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ପୂର୍ଣ୍ଣଗ୍ରାସର ସମୟ

ଚଳିତ ବର୍ଷ ନଭେମ୍ବରରେ ଲାଗିବାକୁ ଯାଉଛି ଶେଷ ଚନ୍ଦ୍ର ଗ୍ରହଣ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସର ୩୦ ତାରିଖ ଅର୍ଥାତ ସୋମବାର ଦିନ ଲାଗିବ। ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ ରହିଛି। ଯାହା ମଧ୍ୟରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସରେ ପଡୁଥିବା ବେଳେ ଶେଷ ସୂର୍ଯ୍ୟପରାଗ ଡିସେମ୍ବର ମାସରେ ରହିଛି।

ଚଳିତ ମାସରେ ଏହି ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବର ଦିନ ୧.୦୪ ରେ ଲାଗିବ ଏବଂ ସଂଧ୍ୟା ୫.୨୨ ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ।

Lunar Eclipseକେଉଁଠାରେ ଦେଖାଯିବ ଚନ୍ଦ୍ର ଗ୍ରହଣ

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ସ୍ଥାନରେ ଦେଖିବାକୁ ମିଳିବ। ଏହା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହାର ପ୍ରଭାବ ଭାରତରେ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.