ଜଲଦି ଶେଷ ହେବ ଭାରତ –ଚୀନ ସୀମା ବିବାଦ, ଲଦାଖରେ ଦୁଇ ଦେଶରେ ସୈନ୍ଯ ପଛକୁ ହଟିବାକୁ ସହମତ

ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖରେ ମଇ ମାସରୁ ସୀମାରେ ହଲଚଲ ଜାରି ରହିଛି। ଏବେ ଏହା ଶେଷ ହେବାର କିଛିଟା ଆଶା ଦେଖିବାକୁ ମିଳୁଛି। ଲଦାଖ ପାଙ୍ଗଙ୍ଗ ସୋ’ ଓ ଫିଙ୍ଗର ଅଞ୍ଚଳରୁ ତିନିଟି ପର୍ଯ୍ୟାୟରୁ ସେନା ହଟିବେ । ଉଭୟ ଭାରତ ଓ ଚୀନ ସେନା ହଟିବେ। ଅଷ୍ଟମ କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଦୁଇ ଦେଶ ସେନା ପ୍ରତ୍ୟାହାର ନେଇ ରାଜି ହୋଇଛନ୍ତି । ନଭେମ୍ବର ୬ ତାରିଖରେ ଏହି ଆଲୋଚନା ହୋଇଥିଲା ।

ତିନିଟି ପର୍ଯ୍ୟାୟରେ ବିବାଦୀୟ ଅଞ୍ଚଳରୁ ସେନା, ଗାଡ଼ି ଓ ଅସ୍ତ୍ରଶସ୍ତ୍ର ହଟାଇବେ। ପ୍ରଥମ ପର୍ଯ୍ୟାୟରେ ଯୁଦ୍ଧାସ୍ତ୍ର ପରିବହନ କରୁଥିବା ଗାଡି ସବୁକୁ ଗୋଟିଏ ଦିନ ମଧ୍ୟ ଭିତରେ ହଟାଇବାକୁ ନିଷ୍ପତି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପାଙ୍ଗଙ୍ଗ ଲେକ୍ ଅଞ୍ଚଳରୁ ପ୍ରତିଦିନ ୩୦ ପ୍ରତିଶତ ସେନା ପ୍ରତ୍ୟାହର କରାଯିବ । ତିନି ଦିନ ପର୍ଯ୍ୟନ୍ତ ୩୦ ପ୍ରତିଶତ ସେନା ପ୍ୟତ୍ୟାହାର କରାଯିବ । ତୃତୀୟ ପର୍ଯ୍ୟାୟରେ ଚୁଶୁଲ୍ ଓ ରେଜାଙ୍ଗ ଲା’ ଅଞ୍ଚଳରୁ ଦୁଇ ଦେଶର ସେନା ନିଜ ପୋଜିସନରୁ ପଛକୁ ହଟିବେ । ଏସବୁର ତଦାରଖ କରିବ ଦୁଇ ଦେଶର ଜଏଣ୍ଟ ମେକାନିଜିମ୍ । ଚାଳକ ବିହୀନ ଯାନ ଦ୍ୱାରା ତଦାରଖ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.