ଆମେରିକାରେ ହାହାକାର, କରୋନାର ନୂଆ ଲହରୀ ଯୋଗୁ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଛି ୨ ଲକ୍ଷ ନୂଆ କେସ୍‌

ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍‌ର ନୂଆ ଲହରୀ ହାହାକାର ସୃଷ୍ଟି କରିଛି। ଆମେରିକାରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୨ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୫୫ ଲକ୍ଷ ୯ ହଜାର ୧୮୪ ରେ ପହଞ୍ଚିଛି।

ରିପୋର୍ଟ ମୁତାବକ, ଆମେରିକାରେ କରୋନା ଭାଇରସ୍‌ରେ ଏବେ ଯାଏଁ ୨ ଲକ୍ଷ ୪୫ ହଜାର ୭୯୯ ଲୋକଙ୍କ ଜୀବନ ଗଲାଣି। ଅନ୍ୟପଟେ ୬୬ ଲକ୍ଷ ୧ ହଜାର ୩୩୧ ଜଣ ସୁସ୍ଥ ହୋଇସାରିଲେଣି। ଆମେରିକାରେ ଏବେ ଯାଏଁ ୩୭ ଲକ୍ଷ ୧୨ ହଜାର ୫୪ ଲୋକଙ୍କ ଚିକିତ୍ସା ଚାଲିଛି, ସେଥିରୁ ୧୯ ହଜାର ୩୭୪ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଆଗକୁ ଥଣ୍ଡା ବଢ଼ିବାକୁ ଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଆମେ ଥକିଯିବୁ ପଛେ ଭାଇରସ୍‌୍‌ କିନ୍ତୁ ଥକିବ ନାହିଁ। ଏଣୁ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.