କିସ୍‌ ପକ୍ଷରୁ ଉପାନ୍ତ ବୈପାରୀଗୁଡାର ରାମଗିରି ଅଞ୍ଚଳରେ ରକ୍ତଦାନ ଶିବିର

ଜୟପୁର(କେନ୍ଯୁଜ୍) : କିସ୍‌ ପକ୍ଷରୁ ରକ୍ତଦାନ ଶିବିର । କିସ୍‌ ଓ ୟୁଏନ୍‌ଏପି ପକ୍ଷରୁ ମିଳିତ ଭାବେ ଉଦୟ ମାଧ୍ୟମରେ କୋରାପୁଟ ଉପାନ୍ତ ତଥା ନକ୍ସଲ ପ୍ରବଣ ବୈପାରୀଗୁଡାର ରାମଗିରି ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ କିସ୍‌ର ଜିଲ୍ଲା ସଂଯୋଜକ ମାନସ ମହାନ୍ତି, ଜ୍ଞାନେନ୍ଦ୍ର ଧଳଙ୍କ ସମେତ ଉଦୟର ସଦସ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ରହି ସମସ୍ତ ଆୟୋଜନ    କରିଥିଲେ ।

bloodଉପାନ୍ତ ଅଞ୍ଚଳରେ ୮୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏଭଳି କାର୍ଯ୍ଯକ୍ରମ ହେବା ଯୋଜନା ରହିଛି । ସେପଟେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ଓ ସେବା ପରେ ରକ୍ତ ଦାନ ଭଳି କାର୍ଯ୍ଯକ୍ରମ ମାଧ୍ୟମରେ ଲୋକ ସଚେତନ ଓ ଏ ଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜିଲ୍ଲା ବ୍ଲଡ କ୍ୟାମ୍ପ ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.