ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଟି-୨୦ ସିରିଜରୁ ବାଦ୍ ପଡିଲେ ଜାଡେଜା

ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ଜିତିବା ଲକ୍ଷ୍ୟରେ ଥିବା ଭାରତକୁ ବଡ଼ ଝଟକା ଲାଗିଛି । ପ୍ରଥମ ଟି-୨୦ ମ୍ଯାଚ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ସିରିଜ ପାଇଁ ଦଳରେ ସାମିଲ କରିଛି ।

କାନବେରାରେ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ଯାଚରେରେ ଜାଡେଜା ଆହତ ହୋଇଥିଲେ । ଜାଡେଜା ଭାରତୀୟ ଇନିଂସର ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କ ଏକ ବାଉନସରରେ ଆହତ ହୋଇଥିଲେ । ବଲଟି ତାଙ୍କ ମୁଣ୍ଡର ବାମ ପଟେ ବାଜିଥିଲା । ସେ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ଆଘାତ ଲାଗିଥିଲା । ଜାଡେଜାଙ୍କ ଆଘାତକୁ ନେଇ ବିସିସିଆଇ କହିଛି ଯେ, ଜାଡେଜାଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ସେ ଆଉ ଦ୍ୱିତୀୟ ଇନିଂସରେ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଥିଲା । ତେବେ ବଳକା ମ୍ୟାଚ୍ ପାଇଁ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରିଛି ବିସିସିଆଇ ।

india jadeja

ଶନିବାର ଜାଡେଜାଙ୍କ ମୁଣ୍ଡ ସ୍କାନିଂ ହେବ । ଶୁକ୍ରବାର ଡ୍ରେସିଂ ରୁମରେ ତାଙ୍କର ମେଡିକାଲ ଯାଞ୍ଚ୍ କରାଯାଇଥିଲା । ଏବେ ସେ ତାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ । ତେଣୁ ସେ ଆଗକୁ ଟି-୨୦ ସିରିଜ ଖେଳିବେ ନାହିଁ ବୋଲି ବିସିସିଆଇ ଜଣାଇଦେଇଛି। ଜାଡେଜା ଗତ ଟି-୨୦ ମ୍ଯାଚରେ ୨୩ ବଲରେ ୪୪ ରନ୍ କରିଥିଲେ। ଏହି ମ୍ଯାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇ ଦେଇଥିଲା ଟିମ୍ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.