ପୁଣି ମାଓବାଦୀ ରଚିଲେ ବର୍ବର କାଣ୍ଡ, ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ପୋଡ଼ିଲେ ୩ଟି ଗାଡ଼ି

ମାଲକାନଗିରି(କେନ୍ୟୁଜ୍):  ପୁଣି ମାଓବାଦୀ ମାନଙ୍କ ବର୍ବର କାଣ୍ଡ। ରାସ୍ତା  କାମ କରୁଥିବା ଜଣେ  ଠିକାଦାରଙ୍କୁ ହତ୍ୟା କରିବା  ସହ ତାଙ୍କ ବୋଲେରୋ ଗାଡିକୁ ପୋଡି  ଦେଇଛନ୍ତି। ଏହା ସହ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି।  ଘଟଣା  ଘଟିଛି  ମାଥିଲି ବ୍ଲକ୍‌ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ।

ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ।

ସେହି ସମୟରେ ନକ୍ସଲ୍‌ମାନେ ତାଙ୍କୁ ଗାଡ଼ିରୁ ବାହାର କରି ଆଣି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ନକ୍ସଲ୍‌ମାନେ ତାଙ୍କର ତିନୋଟି ଗାଡ଼ିକୁ ମଧ୍ୟ ପୋଡ଼ି ପକାଇଛନ୍ତି।

Leave A Reply

Your email address will not be published.