ଅଚାନକ ଭୂଇଁ ଫାଟିଗଲା, ଜିଅନ୍ତା ପୋତି ହୋଇଗଲେ କଲ୍ୟାଣୀ ଦେବୀ

ଚଳିତ ବର୍ଷରେ କଳ୍ପନା ବାହାରେ ଅନେକ ଘଟଣା ଘଟି ଚାଲିଛି। ଆଜି ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଆପଣ ଭାବିବେ, କଣ ଏମିତି ହୋଇପାରେ ?

ଆମେ ଯେମିତି ସିନେମା ଅବା ଟିଭିରେ ସୀତା ମାତା ପାତାଳି ହେବାର ଦୃଶ୍ୟ ଦେଖିଛେ ଠିକ୍‌ ସେହିଭଳି ମହିଳା ଜଣକ ତାଙ୍କର ୫ ବର୍ଷର ଛୋଟ ଝିଅ ଆଗରେ ଅଚାନକ ମାଟି ଭିତରକୁ ଚାଲିଗଲେ । ଏଭଳି ଏକ ଅଦଭୁତ ଘଟଣା, ଝାଡ଼ଖଣ୍ଡ ଧାନବାଦରେ ଘଟିଛି । ହଠାତ୍ ଭୂଇଁ ଫାଟି ଗଲା ଓ ମହିଳା ଜଣକ ମାଟିତଳେ ଜିଅନ୍ତା ଦବି ହୋଇଗଲେ । ଆଉ ତାଙ୍କର ମୃତ୍ୟୁ ହେଲା ।
ସକାଳୁ ଶୌଚ ପାଇଁ ମହିଳା ଜଣକ ଘରୁ ବାହାରି ଥିଲେ, ଖାଦାନ ଅଞ୍ଚଳରେ ଅଚାନକ ଜୋରରେ ଶଦ୍ଦ ହେଲା ଓ ମହିଳାଙ୍କ ପାଦ ତଳୁ ମାଟି ଫାଟି ଆଁ କଲା ତାରି ଭିତରେ ଖସି ପଡ଼ିଲେ ସେ । ଝଡିଆ ଅଞ୍ଚଳର କୁସୁଣ୍ଡାରେ ଏହି ଘଟଣା ଘଟିଛି। ମହିଳା ଜଣକ ହେଉଛନ୍ତି ୩୫ ବର୍ଷୀୟ ବୟସ୍କା କଲ୍ୟାଣୀ ଦେବୀ । ମାଟି ଧସି ଯାଇଥିବା ସ୍ଥାନରୁ ବହୁ ପରିମାଣରେ ଧୂଆଁ ବାହାରିଲା। କୁହାଯାଉଛି ଏହା ଏକ ପ୍ରକାରର ବିଷାକ୍ତ ଗ୍ୟାସ୍ । ଆଗକୁ ଏହି ଅଞ୍ଚଳରେ ଏଭଳି ବଡ ଧରଣର ବିସ୍ଫରଣ ହୋଇ ପାରେ। ବିଷାକ୍ତ ଗ୍ୟାସ୍ ରେ ଆହୁରି ଅନେକ ଲୋକଙ୍କ ଜୀବନ ଯାଇପାରେ।

ମାଟି ଭିତରେ ଧସି ଯାଇଥିବା ମହିଳାଙ୍କୁ କ୍ରେନ୍ ଓ ରସି ଦ୍ଵାରା ବାହାର କରିବା ପାଇଁ ଅନେକ ଚେଷ୍ଟା କରାଗଲା ହେଲେ ତାଙ୍କୁ ବାହାର କରାଯାଇ ପାରିଲା ନାହିଁ । ଘଟଣା ସ୍ଥଳରେ ଲୋକମାନେ ରାସ୍ତା ରୋକ କଲେ କ୍ଷତିପୂରଣ ଦାବି କଲେ, କ୍ଷତି ପୂରଣ ବାବଦକୁ ମହିଳାଙ୍କ ଦୁଇ ପିଲାଙ୍କୁ ୨ ଲକ୍ଷ ଲେଖାଏଁ ଦିଆଯିବ, ପିଲାଙ୍କ ପାଠ ପଢା ଦାୟିତ୍ୱ ସରକାର ନେବେ, ମହିଳାଙ୍କ ସଂସ୍କାର ପାଇଁ ୫୦ ହଜାର ଟଙ୍କା ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ହଟିଥିଲା ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଯେଉଁ ସମୟରେ ମହିଳା ଜଣକ ଖସିପଡ଼ିଲେ ସେତେବେଳେ ଉଦ୍ଧାର କରାଯାଇଥିଲେ ସେ ବଞ୍ଚି ଯାଇଥାନ୍ତେ । ଏଥିରେ ବିଳମ୍ବ ହେବାରୁ ବିଷାକ୍ତ ଗ୍ୟାସ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ବହୁ ସମୟ ପରେ ମୃତଦେହ ବାହାରକୁ କଢ଼ା ଯାଇଥିଲା।

POISONIOUS GAS

ସକାଳ ସାଢ଼େ ୭ଟା ବେଳେ ଜଳନ୍ତା କୋଇଲା ଖାଦାନ ନିକଟରେ ଏହି ଘଟଣା ଘଟିଥିଲା । କଲ୍ୟାଣୀ ଶୌଚ ପାଇଁ ସେହି ବାଟ ଦେଇ ଯାଉଥିବା ବେଳେ ମାଟି ଧସିଗଲା । ଦିନ ପ୍ରାୟ ୧୨ଟା ବେଳକୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ କଲ୍ୟାଣୀଙ୍କର ତିନିଟି ପିଲା ଅଛନ୍ତି ।

ଏହା ପୂର୍ବରୁ ୨୦୧୭ ମସିହା ମେ ୨୩ ତାରିଖ ଦିନ ଝଡ଼ିଆ ଟାଉନ୍‌ ଭିତରେ ଏଭଳି ମାଟି ଧସିଯିବା ଯୋଗୁଁ ଦୁଇ ଜାଣ ବାପ ପୁଅଙ୍କର ମୃତ୍ୟୁ ହୋଇଥିଲା । କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୁହାଯାଇଛି ଯେ ଏହି ବିପଜ୍ଜନକ ଅଞ୍ଚଳରେ ବସବାସ ଉପରେ କଟକଣା ଜାରି କରାଯାଇଛି । ତେବେବି ଲୋକେ ବେଆଇନ୍‌ ଭାବେ ଏଠାରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.