ଦିଦିଙ୍କୁ ଅମିତ ଶାହଙ୍କ ଚ୍ୟାଲେଞ୍ଜ : ୨୦୦ ଆସନରେ ସରକାର ଗଠନ କରିବ ବିଜେପି, ଜୟ ଶୀରାମ ଧ୍ୱନୀରେ କମ୍ପିଲା ମଞ୍ଚ

କୋଲକାତା : ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କୁ ଏକ ବଡ଼ ଝଟ୍‌କା ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବନର୍ଜୀଙ୍କ ଅତି ନିକଟର କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଟିଏମ୍‌ସିର କେତକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି । ଆଜି (ଶନିବାର) ପଶ୍ଚିମବଙ୍ଗକୁ ୨ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି ।

Amit-Shah-2

ଆଗାମୀ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୨୦୦ ଆସନ ଜିତି ସରକାର ଗଠନ କରିବ ବୋଲି ଶ୍ରୀ ଶାହ ମଞ୍ଚରୁ ଘୋଷଣା କରିଥିଲେ । ଫଳରେ ‘ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ’ ଧ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ବିଜେପିରେ ସାମିଲ ହୋଇଥିବା ଟିଏମସି ର ବରିଷ୍ଠ ନେତା ଓ ମୁଖ୍ୟମନ୍ତ୍ରୀ ମମତା ବନର୍ଜୀଙ୍କ ନିକଟତମ ଶୁଭେନ୍ଦୁ ଅଧିକାରୀଙ୍କୁ କେନ୍ଦ୍ର ସରକାର ‘ଜେଡ୍‌ କାଟେଗୋରୀ ସୂରକ୍ଷା’ ଦେଇଛନ୍ତି ।

ଶ୍ରୀ ଶାହ ତାଙ୍କ ଉଦ୍‌ବୋଧନରେ ମମତାଙ୍କୁ ସିଧା ସଳଖ ଟାର୍ଗେଟ କରି କହିଛନ୍ତି ” ଏତେ ସବୁ ଲୋକ କାହିଁକି ତୃଣମୂଳ କଂଗ୍ରେସକୁ ଛାଡ଼ୁଛନ୍ତି ? ଏହା ପଛରେ ମମତାଙ୍କ କୁଶାସନ, ଭ୍ରଷ୍ଟାଚାର ଓ ପରିବାରବାଦ ରହିଛି। ଦିଦି ଏହା ତ କେବଳ ଆରମ୍ଭ ମାତ୍ର, ନିର୍ବାଚନ ଆସିବା ପର୍ଯ୍ୟନ୍ତ ଆପଣ ପୂରା ଏକା ହୋଇଯିବେ।”

ଏଥିସହିତ ମିଦନାପୁର ରାଲିରେ ଲୋକଙ୍କୁ ସମ୍ବୋଧନ କରି ଶାହ ଲୋକଙ୍କୁ ମାତ୍ର ୫ ବର୍ଷ ସମୟ ମାଗିଥିଲେ। ସେ କହିଥିଲେ ” ଆପଣ ତିନି ଦଶନ୍ଧି କଂଗ୍ରେସକୁ ଦେଲେ, ୨୭ ବର୍ଷ କମ୍ୟୁନିଷ୍ଟକୁ ଦେଲେ ଏବଂ ୧୦ ବର୍ଷ ମମତା ଦିଦିଙ୍କୁ ଦେଲେ। ଭାରତୀୟ ଜନତା ପାର୍ଟିକୁ ମାତ୍ର ୫ ବର୍ଷ ଦିଅନ୍ତୁ ଆମେ ବଙ୍ଗଳାକୁ ସୋନାର ବାଙ୍ଗଲା କରିଦେବୁ। “

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.