ଆକ୍ସିସ୍‌ ବ୍ୟାଙ୍କର ବଡ଼ ଘୋଷଣା, ମ୍ୟାଚୁରିଟି ପୂର୍ବରୁ ଫିକ୍ସ ଡିପୋଜିଟ୍‌ ଭାଙ୍ଗିଲେ ବି ଆଉ ଲାଗିବନି ପେନାଲ୍ଟି

ଆକ୍ସିସ୍‌ ବ୍ୟାଙ୍କର ବଡ଼ ଘୋଷଣା। ଏବେ ଗ୍ରାହକ ମ୍ୟାଚୁରିଟି ପୂର୍ବରୁ ଫିକ୍ସ ଡିପୋଜିଟ୍‌ ଭାଙ୍ଗିଲେ ବି ଲାଗିବନି ପେନାଲ୍‌ଟି। ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏବେ ସେ ରିଟେଲ୍‌ ଟର୍ମ ଡିପୋଜିଟ୍‌ର ପ୍ରିମ୍ୟାଚୁଅର କ୍ଲୋଜର ଉପରେ ପେନାଲ୍ଟି ଲଗାଇବନାହିଁ। ୧୫ ଡିସେମ୍ବର ୨୦୨୦ ପରଠାରୁ ଦୁଇବର୍ଷରୁ ଅଧିକ ଅବଧିଯୁକ୍ତ ସମସ୍ତ ଟର୍ମ ଡିପୋଜିଟ୍‌କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିବା ଉପରେ କୌଣସି ପେନାଲ୍ଟି ଲାଗୁ ହେବ ନାହିଁ।

ବ୍ୟାଙ୍କର ଏହି ନିୟମ ସମସ୍ତ ଏଫ୍‌ଡି ଓ ରେକରିଂ ଡିପୋଜିଟ୍‌ ଉପରେ ଲାଗୁ ହେବ। ବର୍ତ୍ତମାନ ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଅବଧି ଥିବା ନୂଆ ଡିପୋଜିଟ୍‌କୁ ସମୟ ପୂର୍ବରୁ ବନ୍ଦ କରିବା ଉପରେ କୌଣସି ପେନାଲ୍ଟି ଲାଗିବ ନାହିଁ। ଯଦି ପୂରା ଟଙ୍କା ୧୫ ମାସ ପରେ ବାହାର କରାଯିବ ତେବେ ପେନାଲ୍ଟି ଶୂନ ହେବ। ଏହି ନୂଆ ଫିଚର ସମସ୍ତ ନୂଆ ଫିକ୍ସଡ୍‌ ଡିପୋଜିଟ୍‌ ଓ ରେକରିଂ ଡିପୋଜିଟ୍‌ ଉପରେ ଲାଗୁ ହେବ।

ଏ ନେଇ ଆକ୍ସିସ୍‌ ବ୍ୟାଙ୍କର ରିଟେଲ ଲାୟାବିଲିଟିଜ୍‌ ଓ ଡାଇରେକ୍ଟର ବ୍ୟାଙ୍କିଂ ପ୍ରଡକ୍ଟସ୍‌ର ଇବିପି ପ୍ରବୀଣ ଭଟ୍ଟ କହିଛନ୍ତି, ଏହି ନୂଆ ଫିଚର ବ୍ୟାଙ୍କର ଉଦ୍ଦେଶ୍ୟ ହିସାବରେ ଲଞ୍ଚ୍‌ କରାଯାଇଛି। ବ୍ୟାଙ୍କ ଲଗାତାର ଗ୍ରାହକଙ୍କୁ ସବୁ ସୁବିଧା ଦେଉଛି। ଆଗକୁ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପରିବର୍ତ୍ତନ କରାଯିବ ବୋଲି ପ୍ରବୀଣ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.