ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜ ଫିଟ୍ନେସ ପ୍ରତି ବହୁତ ସଚେତନ। ନିଜକୁ ଫିଟ୍ ରଖିବା ଶିଳ୍ପାଙ୍କୁ ବହୁତ ପସନ୍ଦ। ସେ ମଝିରେ ମଝିରେ ଫ୍ୟାନ୍ମାନଙ୍କୁ ମଧ୍ୟ ଯୋଗ କରିବାକୁ ପରାମର୍ଶ ଦେବା ସହିତ ଏହାର ଫାଇଦା ବିଷୟରେ କହିଥାଆନ୍ତି। ଏବେ ପୁଣିଥରେ ଶିଳ୍ପା ଚିନ୍ତା ଦୂର କରିବା ପାଇଁ ସମସ୍ତଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନୌକାସନ କରୁଥିବାର ଦେଖିବାକୁ ମିଳୁଛି।
ଭିଡିଓକୁ ଶେୟାର କରି ଶିଳ୍ପା କ୍ୟାପସନ ଲେଖିଛନ୍ତି, ‘ପାଖାପାଖି ଗୋଟିଏ ବର୍ଷ ହେବ, କିଛି ନା କିଛି ଉପାୟରେ ଆମେ ସମସ୍ତେ ବହୁତ ଚିନ୍ତାଗ୍ରସ୍ତ ଜୀବନ ବଞ୍ଚୁଛୁ। ମୋ ପାଇଁ ଚିନ୍ତାକୁ ହରାଇ ଦେବାର ସବୁଠାରୁ ଭଲ ତରିକା ଅଛି। ଏଥିପାଇଁ କେବେ କେବେ ବୋଟ୍ର ପୋଜ୍ ବା ନୌକାସନ କରିବାକୁ ହେବ। ଏମିତି କରିବା ଦ୍ୱାରା ନିଜ ଶରୀରର ଅନେକ ସମସ୍ୟା ଦୂର ହୋଇଯିବ’। ସବୁଥର ଭଳି ଏଥର ମଧ୍ୟ ଫ୍ୟାନମାନେ ଶିଳ୍ପାଙ୍କର ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।
View this post on Instagram