ଆସନ୍ତା ୮ରେ ଗ୍ଲୋବାଲି ଲଞ୍ଚ୍ ହେବ Xiaomi Mi 11, ୧୦୮ MP କ୍ୟାମେରା ସହ ରହିଛି ଏସବୁ ଦମ୍ଦାର ଫିଚର୍ସ
ଫେବ୍ରୁଆରୀ ମାସରେ ଅନେକ ସ୍ମାର୍ଟଫୋନ୍ ଲଞ୍ଚ୍ ହେବାକୁ ଯାଉଛି। ଚାଇଜିନ୍ ମୋବାଇଲ କମ୍ପାନୀ ସାଓମି ମଧ୍ୟ ଫେବ୍ରୁଆରୀ ୮ ତାରିଖରେ ନିଜ ନୂଆ ସ୍ମାର୍ଟଫୋନ୍ Xiaomi Mi 11 କୁ ଗ୍ଲୋବାଲ ଲଞ୍ଚିଂ କରିବ। କମ୍ପାନୀ ନିଜ ଟ୍ଵିଟର ପେଜ୍ରେ ଏନେଇ ସୂଚନା ଦେଇଛି। ଏହା ପୂର୍ବରୁ Mi11 କୁ ଚୀନ୍ରେ ଲଞ୍ଚ୍ କରାଯାଇଥିଲା। ଏହି ଫୋନ୍କୁ Mi10 ର ଅପ୍ଗ୍ରେଡ୍ ଭାବେ କମ୍ପାନୀ ମାର୍କେଟରେ ଲଞ୍ଚ୍ କରିଛି।
ଖାସ୍ କଥା ହେଉଛି, ଏହି ସ୍ମାର୍ଟଫୋନ୍କୁ ଫ୍ଲେଗସିପ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସର ସହ ଲଞ୍ଚ୍ କରାଯାଇଥିଲା। କୁହାଯାଉଛି ଯେ, ଏହି କାର୍ଯ୍ୟକ୍ରମରେ Xiaomi Mi 11 Pro କୁ ମଧ୍ୟ ଲଞ୍ଚ୍ କରାଯାଇପାରେ। ଅନ୍ୟପଟେ Mi 11 ର ଗ୍ଲୋବାଲ ଭାରିଏଣ୍ଟର ଫିଚର୍ସ ଚାଇନିଜ୍ ଭଳି ହୋଇଥିବା ଆଶା କରାଯାଉଛି। ଗ୍ଲୋବାଲ ଲଞ୍ଚିଂ ପରେ Mi 11କୁ ଭାରତରେ ମଧ୍ୟ ଲଞ୍ଚ୍ କରାଯିବ।
The spotlights are on!
Let’s find out together how the #Mi11 brings #MovieMagic to life at 20:00 (GMT+8) on February 8, 2021! pic.twitter.com/TFUpmoDOM6
— Xiaomi (@Xiaomi) January 29, 2021
Xiaomi Mi 11ର ସ୍ପେସିଫିକେସନ୍ ଓ କ୍ୟାମେରା:
ଏହି ଫୋନ୍ ଡୁଆଲ ସିମ୍ ସହ ଆସୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ MIUI ୧୨.୫ ରେ ଚାଲେ। ଫୋନ୍ରେ ୬.୮୧ ଇଞ୍ଚ୍ ୨K WQHD (୧,୪୪୦*୩,୨୦୦ ପିକ୍ସେଲ)AMOLED ଡିସ୍ପ୍ଲେ ଦିଆଯାଇଛି। ଏଥିରେ HDR10+ର ସପୋର୍ଟ ମଧ୍ୟ ଦିଆଯାଇଛି। Mi 11 ରେ ୧୨ ଜିବି LPDDR5 ରାମ୍ ସହ ଅକ୍ଟାକୋର କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୮୮୮ର ପ୍ରୋସେସର ଦିଆଯାଇଛି। ଫୋନ୍ର ରିୟରରେ ଟ୍ରିପଲ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଏହି ଫୋନ୍ରେ ଆପଣ ୮Kର ଭିଡିଓ ସୁଟ୍ କରିପାରିବ। ଫୋନ୍ରେ ୧୩ MPର ଅଲଟ୍ରା ଓ୍ଵାଇଡ୍ ଆଙ୍ଗେଲ କ୍ୟାମେରା, ୫ MP ମାଇକ୍ରୋ କ୍ୟାମେରା ଓ ୨୦ MPର ସେଲ୍ଫି କ୍ୟାମେରା ଦିଆଯାଇଛି।