Below header

ସ୍ୱାମୀଙ୍କୁ ହତ୍ୟା କରିଥିଲେ ମଧ୍ୟ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌, ଏଭଳି ଐତିହାସିକ ରାୟ ଶୁଣାଇଲେ ହାଇକୋର୍ଟ

ସ୍ୱାମୀକୁ ହତ୍ୟା କରିଦେଲେ ବି ସ୍ତ୍ରୀକୁ ମିଳିବ ପେନ୍‌ସନ୍‌। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନ୍‌ସନ୍‌କୁ ନେଇ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ସ୍ୱାମୀଙ୍କୁ ହତ୍ୟା ବି କରିଦିଏ ତେବେ ସେ ପାରିବାରିକ ପେନ୍‌ସନ୍‌ ପାଇବାକୁ ହକ୍‌ଦାର ହେବେ। ବଲଜିତ୍‌ କୌର ବନାମ ଷ୍ଟେଟ୍‌ ଅଫ୍‌ ହରିୟାଣା କେସ୍‌ରେ ହାଇକୋର୍ଟ ଗତ ୨୫ ଜାନୁଆରୀରେ ଏହି ଶୁଣାଣି କରିଛନ୍ତି।

କୋର୍ଟ ଶୁଣାଣି କରିବା ଅବସରରେ କହିଛନ୍ତି, କେହି ବି ସୁନା ଅଣ୍ଡା ଦିଆ କୁକୁଡ଼ାକୁ ମାରନ୍ତି ନାହିଁ। ଯଦି କୌଣସି ପତ୍ନୀ ସ୍ୱାମୀଙ୍କୁ ହତ୍ୟା ବି କରିଛନ୍ତି, ତେବେ ତାଙ୍କୁ ପାରିବାରିକ ପେନ୍‌ସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ।

ପ୍ରକାଶ ଯେ ଫ୍ୟାମିଲି ପେନ୍‌ସନ୍‌ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଥାଏ। କୋର୍ଟଙ୍କ ଆଦେଶ ମୁତାବକ, ପତ୍ନୀ ଯଦି ହତ୍ୟା ଭଳି ଅପରାଧିକ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ତେବେ ବି ସେ ଫ୍ୟାମିଲି ପେନ୍‌ସନ୍‌ ପାଇବାକୁ ହକ୍‌ଦାର ବୋଲି କୁହାଯିବ।

ରିପୋର୍ଟ ମୁତାବକ, ଅମ୍ବାଲା ନିବାସୀ ବଲଜିତ କୌରଙ୍କୁ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ହେବା ପରେ ତାଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଥିଲା। ହରିୟାଣା ସରକାରଙ୍କର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ତାଙ୍କ ପେନ୍‌ସନ୍‌ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ବକେୟା ପେନ୍‌ସନ୍‌ ତୁରନ୍ତ ପ୍ରଦାନ କରିବାକୁ ଶୁଣାଣି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.