୩-୪ କଞ୍ଚା ଲଙ୍କାକୁ ରାତିରେ ଭିଜେଇ ସକାଳୁ ଏହାର ପାଣି ପିଇଲେ ହୋଇଥାଏ ଅଜବ ପ୍ରକାର ସ୍ୱାସ୍ଥ୍ୟ ଲାଭ
ସବୁ ଭାରତୀୟଙ୍କ ରୋଷେଇ ଘରେ କଞ୍ଚା ଲଙ୍କା ବ୍ୟବହାର ହୋଇଥାଏ। ବହୁତ ଲୋକ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। କଞ୍ଚା ଲଙ୍କାରେ ଭିଟାମିନ ବି ୬, ଭିଟାମିନ ଏ, ଆଇରନ, କପର୍, ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି। ଏହା ନା କେବଳ ଖାଇବାର ସ୍ୱାଦ ବଢ଼ାଇଥାଏ, ବରଂ ଏଥିରୁ ଅଜବ ପ୍ରକାରର ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। କଞ୍ଚା ଲଙ୍କା ହାର୍ଟ ରୋଗ, ପେଟ ଯନ୍ତ୍ରଣା ଭଳି ସମସ୍ୟାରୁ ଛୁଟକାରା ଦେଇଥାଏ। ଆଜି ଆମେ ଆପଣଙ୍କୁ କଞ୍ଚା ଲଙ୍କା ଖାଇବାର ଫାଇଦା ବିଷୟରେ କହିବୁ।
୧. କଞ୍ଚା ଲଙ୍କା ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ହୋଇଥାଏ। ଏହା ପ୍ରୋସ୍ଟେଟ ସମସ୍ୟାକୁ ଦୂରେଇ ରଖିଥାଏ।
୨. ଭିଟାମିନ ସି ଓ ବିଟା-କ୍ୟାରୋଟିନ୍ରେ ଭରପୂର କଞ୍ଚା ଲଙ୍କା ସୁସ୍ଥ ଆଖି, ତ୍ୱଚା ଏବଂ ଇମ୍ୟୁନ୍ ସିଷ୍ଟମ ପାଇଁ ବହୁତ ଭଲ ହୋଇଥାଏ।
୩. ଏହା ବ୍ଲଡ ସୁଗାର ଲେବଲକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ମଧୁମେହ ରୋଗୀ, ତା’ହେଲେ କଞ୍ଚା ଲଙ୍କା ସେବନ କରିବା ବହୁତ ଲାଭଦାୟକ ହୋଇଥାଏ।
୪. ଏଥିରେ ଭରପୂର ମାତ୍ରାରେ ଥିବା ଫାଇବର କବ୍ଜକୁ କମ୍ କରିବାରେ ସାହାଯ୍ୟ କରିଥାଏ।
୫. ଏଥିରେ ଏମିତି କିଛି ପ୍ରାକୃତିକ ତତ୍ତ୍ୱ ରହିଥାଏ, ଯାହା ମାନବ ଶରୀରକୁ ଅନେକ ପ୍ରକାରର କ୍ୟାନସର ଯଥା ଫୁସ୍ଫୁସ୍, ମୁହଁ ଏବଂ ଗଳା କର୍କଟରୁ ରକ୍ଷା କରିଥାଏ।
ପିଅନ୍ତୁ କଞ୍ଚା ଲଙ୍କା ପାଣି
ଆପଣ ରାତିରେ ଶୋଇବାର କିଛି ସମୟ ପୂର୍ବରୁ ୩-୪ଟି କଞ୍ଚା ଲଙ୍କାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏଗୁଡ଼ିକୁ ମଝିରୁ କାଟି ଦିଅନ୍ତୁ ଏବଂ ଗୋଟିଏ ଗ୍ଲାସ୍ ପାଣିରେ ଭିଜେଇ ରଖନ୍ତୁ। ସକାଳୁ ଉଠି ଏହି ପାଣିକୁ ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଇଥାଏ।