ବିଗିଡିଲା ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା, ଖୁବଶୀଘ୍ର ହେବ ସର୍ଜରୀ

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର ଦୁନିଆ ସାରା ଫ୍ୟାନ୍‌। ତାଙ୍କର ଗୋଟେ ଝଲକ ପାଇବା ପାଇଁ ଫ୍ୟାନ୍ସ ପାଗଳ ହୋଇଯାନ୍ତି। ସୋସିଆଲ ମିଡିଆରେ ବିଗବି ବହୁତ ଆକ୍ଟିଭ୍ ରୁହନ୍ତି ଏବଂ ନିଜ ଅନୁଭବକୁ ଫ୍ୟାନ୍ସ ମାନଙ୍କୁ ଜଣାନ୍ତି। କିନ୍ତୁ ଏବେ ଅଭିନେତାଙ୍କ ଗୋଟେ ପୋଷ୍ଟ ଏବେ ଲୋକଙ୍କୁ ଝଟକା ଦେଇଛି। ଅମିତାଭ ବଚ୍ଚନଙ୍କ ଏକ ପୋଷ୍ଟରେ ଜଣାପଡିଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି। ଯେଉଁ କାରଣରୁ ତାଙ୍କୁ ସର୍ଜରୀ କରିବାକୁ ପଡିବ।

bbଅମିତାଭ ବଚ୍ଚନ ନିଜ ସର୍ଜରୀର ଖବର ନିଜ ବ୍ଲଗ ଜରିଆରେ ଫ୍ୟାନଙ୍କୁ ଜଣାଇଛନ୍ତି। ଶନିବାର (୨୭ ଫେବୃୟାରୀ)ରେ ବିଗବି ନିଜ ବ୍ଲଗରେ ଲେଖିଛନ୍ତି, ମେଡିକାଲ କଣ୍ଡିସନ…..ସର୍ଜରୀ….. ମୁଁ ଲେଖି ପାରିବିନାହିଁ, ଏବି

bbbବିଗବିଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ଫ୍ୟାନ୍ସ ବହୁତ ଚିନ୍ତିତ ହୋଇଯାଇଛନ୍ତି। କାହିଁକିନା ବ୍ଲଗ ଜରିଆରେ ଫ୍ୟାନ୍ସଙ୍କୁ ନିଜ ଡେଲି ରୁଟିନ୍ ବିଷୟରେ ସୂଚିତ କରନ୍ତି ବିଗବି। ଏହି ଛୋଟିଆ ଲେଖାଟି ଲୋକଙ୍କୁ ବହୁତ ଟେନସନ୍ ଦେଇଦେଇଛି। ଲୋକଙ୍କ ମନରେ ଏହି ପ୍ରଶ୍ନ ଥିଲା ଯେ କେଉଁ ସର୍ଜରୀ, କଣ ହୋଇଛି, କେବେ ଅଛି ସର୍ଜରୀ। ତେବେ ଲୋକମାନେ କିନ୍ତୁ ଅମିତାଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

bb2ତାଙ୍କର କଣ ହୋଇଛି ଏବଂ କେଉଁ କାରଣ ପାଇଁ ସେ ସର୍ଜରୀ କରିବେ ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାଇନାହାଁନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଯେତେବେଳେ ତାଙ୍କୁ କରୋନା ହୋଇଥିଲା। ସେତେବେଳେ ସାରା ଦେଶର ତାଙ୍କ ଫ୍ୟାନ୍ ତାଙ୍କ ପାଇଁ ଆରୋଗ୍ୟ କାମନା କରୁଥିଲେ।

Leave A Reply

Your email address will not be published.