୫ମ ବିବାହ ପରେ ଏବେ ଘର ବିକ୍ରି କରିବାକୁ ଚାହୁଁଛନ୍ତି ପାମେଲା ଏଣ୍ଡରସନ, ୧୦୦ କୋଟିରୁ ଅଧିକ ରହିଛି ଦାମ୍‌

‘ବିଗ୍‌ ବସ୍‌ ୪’ ଫେମ୍‌ ତଥା ହଲିଉଡ୍‌ ଷ୍ଟାର୍‌ ପାମେଲା ଏଣ୍ଡରସନ ଚଳିତବର୍ଷ ଜାନୁଆରୀରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲେ। ସେ ବର୍ଷ ଆରମ୍ଭରେ ୫ମ ଥର ପାଇଁ ବିବାହ କରିଥିଲେ। ଏକ ଇଣ୍ଟରଭ୍ୟୁରେ ପାମେଲା ଖୁଲାସା କରିଥିଲେ କି, ସେ ନିଜ ବଡିଗାର୍ଡ ଡ୍ୟାନ୍‌ ହେୟହର୍ଷ୍ଟଙ୍କୁ କ୍ରିସ୍‌ମସ ଇଭ୍‌ରେ ଭ୍ୟାଙ୍କୁଭର ଆଇଲ୍ୟାଣ୍ଡ ଘରେ ବିବାହ କରିଥିଲେ। ଏହି ଘରକୁ ତାଙ୍କ ଦାଦା-ଦାଦୀ ଅନେକ ବର୍ଷ ପୂର୍ବେ କିଣିଥିଲେ।

ପାମେଲା ନିଜ ସ୍ୱାମୀଙ୍କୁ ଖୁବ୍‌ ଭଲ ପାଇଥାଆନ୍ତି ଏବଂ ବର୍ତ୍ତମାନ ସେ କାନାଡା ସିଫ୍ଟ ହେବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ, ପାମେଲା ମାଲିବୁ ସହରସ୍ଥିତ ନିଜର ବିଳାସପୂର୍ଣ୍ଣ ଘରକୁ ବିକ୍ରି କରିବେ, ଯାହାର ଦାମ୍‌ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପାମେଲାଙ୍କ ଘର ଅଫିସିଆଲି ଭାବେ ସୋମବାର ବିକ୍ରି ହେବ ଏବଂ ଏହାର ଦାମ୍‌ ୧୪.୯ ମିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ୧୦୦ କୋଟିରୁ ଅଧିକ ରହିଛି। ଏହି ଘରେ ୪ଟି କୋଠରୀ ଥିବା ବେଳେ ଫିଲିପ୍‌ ଭରୋଚ ଏହାକୁ ଡିଜାଇନ୍‌ କରିଛନ୍ତି।

ତେବେ କାନାଡାରେ ମଧ୍ୟ ତାଙ୍କ ଦାଦୀଙ୍କର ପୁରୁଣା ଘର ରହିଛି। ସେଠାକୁ ସେ ସିଫ୍ଟ ହେବାକୁ ଚାହୁଁଛନ୍ତି। କହି ରଖୁଛୁ, ପାମେଲା ଆଣ୍ଡରସନ ଟିଭିର ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ ବସ୍‌ ୪ର ପ୍ରତିଯୋଗୀ ଥିଲେ। ସେ ବିଗ୍‌ ବସ୍‌ ହାଉସ୍‌କୁ କିଛିଦିନ ପାଇଁ ଅତିଥି ହୋଇ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.