କେନ୍ଦୁଝର ବାଂଶପାଳ ଅନ୍ତର୍ଗତ ଅଡାଳ ଓ କଣ୍ଡକଳା ଜଙ୍ଗଲରେ ଲାଗିଛି ନିଆଁ

ବାଂଶପାଳ (କେନ୍ୟୁଜ୍‌) : ଏମିତି ଲାଗୁଛି ଯେମିତି ସାରା ରାଜ୍ୟର ଜଙ୍ଗଲ ଜଳୁଛି । ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଥିବାର ଖରବ ଆସୁଛି । ଏବେ ଏଥିରେ ସାମିଲ ହୋଇଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଅଡ଼ାଳ ଓ କଣ୍ଡକଳା ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲରେ କେହି ଦୁର୍ବୃତ୍ତ ଗତକାଲି ରାତିରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଶାଳ ଗଛ, କେନ୍ଦୁ, ଅସନ, ଔଷଧୀୟ ଵୃକ୍ଷ ଜଳି ଯାଇଛି । ନୁଆଁ ଲାଗିବା ଫଳରେ ଫଳରେ ବନ୍ୟ ଜନ୍ତୁ ମଧ୍ୟ ଜନବସତି ମୁଁହା ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଜଂଗଲରେ ନିଆଁ ଏବେବି ଜଳୁ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହୁଛନ୍ତି। ବିଶେଷ କରି ମହୁଲ ଫୁଲ ଗୋଟାଇବା ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡରେ ବହୁ ମୂଲ୍ୟଵାନ ଗଛ ସହିତ କେନ୍ଦୁ ବୁଦା ସବୁ ଜଳିଯାଉଛି । ଯାହାଫଳରେ କେନ୍ଦୁ ପତ୍ର ତୋଳାଳିଙ୍କ ପେଟପାଟଣା ପ୍ରଭାବିତ ହୋଇଛି । ବନ ବିଭାଗ ଖବର ପାଇ ଜଙ୍ଗଲ ନିଆଁକୁ ଲିଭାଇ ବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ବିଫଳ ହେଉଛି । ତେବେ ଏଥି ପ୍ରତି ଲୋକ ମାନଙ୍କୁ ବନବିଭାଗ ପକ୍ଷରୁ ସଚେତନତା କରିବାର ଆବଶ୍ୟକତା ରହିଛି ।

ଏବିଷୟରେ ବିଜେପି ରେଞ୍ଜର୍‌ ରେଞ୍ଜର ମାନସ କୁମାର ମୁର୍ମୁଙ୍କୁ ପଚାରିବାରୁ ବନବିଭାଗ ଟିମ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି । ତେବେ ଲୋକେ ବୁଝିବା ଦରକାର ଯେ ନିଆଁ ଲଗାଇବା ଦ୍ୱାରା ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହେଇଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.