ମସାଜ୍‌ ବାହାନାରେ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଯୁବକ, ୭ ଜଣ ମହିଳା ଆଣିଲେ ସମାନ ଅଭିଯୋଗ

ମସାଜ୍‌ କରିବା ବେଳେ ଖରାପ ଢଙ୍ଗରେ ସ୍ପର୍ଶ କରିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି ଜଣେ ଯୁବକଙ୍କ ବିରୋଧରେ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୭ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କ ଉପରେ ଯୌନ ଶୋଷଣ ନେଇ ଅଭିଯୋଗ କରିଛନ୍ତି। ଆମେରିକାର ହୋଷ୍ଟନ୍‌ର ଜଣେ ବ୍ୟକ୍ତିଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ମହିଳାଙ୍କ କହିବାନୁସାରେ ବ୍ୟକ୍ତି ଜଣକ ମସାଜ୍‌ କରିବା ବାହାନାରେ ତାଙ୍କ ସହ ଅଶ୍ଳୀଳ କାମ କରୁଥିଲା ଓ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଜବରଦସ୍ତି ସ୍ପର୍ଶ କରୁଥିଲା।

୭ ଜଣ ପୀଡ଼ିତା ମହିଳା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କୋର୍ଟରେ କେସ୍‌ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୩ ଜଣ ମହିଲା ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏବେ ଆଉ ୪ ଜଣ ମାମଲା ରୁଜୁ କରିଛନ୍ତି। ଏହି ୪ ଜଣ ମହିଳା ମଧ୍ୟ ଉକ୍ତ ମସାଜ୍‌ ସେଣ୍ଟରରେ କାମ କରୁଛନ୍ତି। ମହିଳାମାନେ ଅଭିଯୋଗ କରିଥିବା ଉକ୍ତ ବ୍ୟକ୍ତିଙ୍କ ନାଁ ହେଉଛି ଓ୍ଵାଟ୍‌ସନ୍‌।

ମହିଳାଙ୍କ ଅଭିଯୋଗ ମୁତାବକ, ଓ୍ଵାଟସନ୍‌ କାମକୁ ଆସିବା ବେଳେ ତାଙ୍କୁ ଜବରଦସ୍ତି କିସ୍‌ ମଧ୍ୟ କରିଥାନ୍ତି। ବାରମ୍ବାର ମନା କରିବା ପରେ ବି ସେ କିସ୍‌ କରୁଛନ୍ତି। ଏଣୁ ବାଧ୍ୟ ହୋଇ ସେମାନେ ଓ୍ଵାଟସନ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତା ମାନେ କହିଛନ୍ତି ଓ୍ଵାଟସନ୍‌ ସବୁବେଳେ ସେମାନଙ୍କୁ ବିନା ଅନୁମତିରେ ସ୍ପର୍ଶ କରିଥାନ୍ତି। ବାରମ୍ବାର ମନା କଲେ ବି ସେ ଶୁଣୁନାହାନ୍ତି। ଏଣୁ ସେମାନେ ନ୍ୟାୟ ପାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.