କପିଲ ଶର୍ମା ଶୋ’ରେ ଅଭିନୟ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରିପାରିବେ ଅଂଶଗ୍ରହଣ

କପିଲ ଶର୍ମାଙ୍କ ସହ କାମ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିଖବର। ଯଦି ଆପଣଙ୍କ ପାଖରେ ବି ଅଛି ଲୋକଙ୍କୁ ହସାଇବା ଭଳି କଳା ତେବେ କପିଲ ଶର୍ମା ଦେବେ ନିଜ ଶୋ’ରେ ସୁଯୋଗ। ଖୁବ୍‌ଶୀଘ୍ର ଫେରିବାକୁ ଯାଉଛି କପିଲ ଶର୍ମାଙ୍କ ଶୋ’। ଏଥିରେ ଅଂଶଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିପାରେ। ଶୋ’ ମେକର୍ସ ଏବେ ନୂଆ ଟ୍ୟାଲେଣ୍ଟ ଖୋଜୁଛନ୍ତି। ଏନେଇ ଶୋ’ର ମେକର୍ସ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।


ମେକର୍ସ ଟ୍ଵିଟ୍‌ କରି ଲେଖିଛନ୍ତି-କପିଲ ଶର୍ମା ଶୋ’ର ଟିମ୍‌ ଅଭିନେତା ଓ ରାଇଟର୍ସ ଖୋଜୁଛନ୍ତି। ହିନ୍ଦୁସ୍ତାନକୁ ହସାଇବାର ଏହା ସୁବର୍ଣ୍ଣ ସୁଯୋଗ। ଏହି ଟ୍ଵିଟ୍‌ ସହ ମେକର୍ସ ଏକ ଲିଙ୍କ୍‌ ମଧ୍ୟ ସେୟାର କରିଛନ୍ତି। ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରି ଆପଣ ନିଜ ଟ୍ୟାଲେଣ୍ଟର କିଛି ସାମ୍ପଲ ଅପ୍‌ଲୋଡ୍‌ କରି ସବ୍‌ମିଟ୍‌ କରିପାରିବେ। କପିଲ ଶର୍ମା ମଧ୍ୟ ଏହି ଟ୍ଵିଟ୍‌କୁ ରି-ଟ୍ଵିଟ୍‌ କରି ଲେଖିଛନ୍ତି- ମୋର ତ ସିଲେକ୍ସନ୍‌ ହୋଇଗଲା, ଏବେ ଆପଣଙ୍କ ପାଳି।

ସୂଚନାଯୋଗ୍ୟ ଯେ କପିଲ ଓ ଗିନ୍ନି ଫେବ୍ରୁଆରୀରେ ଦ୍ୱିତୀୟ ଥର ପାଇଁ ଅଭିଭାବକ ହୋଇଛନ୍ତି। କପିଲଙ୍କ ପତ୍ନୀ ଏକ ପୁଅ ଜନ୍ମ ଦେଇଛନ୍ତି। ଗତ ବର୍ଷ କପିଲ ଏକ ଝିଅର ପିତା ହୋଇଥିଲେ। ପରିବାର ସହ ସମୟ ଅତିବାହିତ କରିବା ପାଇଁ କପିଲ ବ୍ରେକ୍‌ ନେଇଥିଲେ। ବ୍ରେକ୍‌ ପରେ ସେ ପୁଣିଥରେ ଲୋକଙ୍କୁ ହସାଇବା ପାଇଁ ଶୋ’କୁ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.