ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଆଜି ଯାଞ୍ଚ କରାଯିବ । ଏପ୍ରିଲ ୩ ନାମାଙ୍କନ ପତ୍ୟାହାର ଶେଷ ତାରିଖ ରହିଛି । ଏପ୍ରିଲ ୧୭ରେ ପଡିବ ଭୋଟ । ଶେଷ ଦିନରେ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନାମାନଙ୍କନ ଦାଖଲ କରିଛନ୍ତି।
ପୂର୍ବରୁ ଆଶ୍ରିତ ପଟ୍ଟନାୟକ ବିଜେପିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଥିଲେ। ମୋଟ ୧୫ ଜଣ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପରିବାର ସଦସ୍ୟ ଓ ବିଜେଡିର ତୁଙ୍ଗ ନେତାଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ରୁଦ୍ର ମହାରଥୀ । ଏପ୍ରିଲ ୧୭ରେ ହେବାକୁ ଥିବା ମତଦାନ ପାଇଁ ୩୪୮ଟି ବୁଥ୍ କରାଯାଇଛି । ଏଥିରେ ୨୭୩ଟି ମୁଖ୍ୟ ଓ ୭୫ଟି ଅତିରିକ୍ତ ବୁଥ୍ ରହିବ । ନାମାନଙ୍କ ପତ୍ର ଦାଖଲ ଶେଷ ହେବା ସହ ଆଜିଠୁ ପ୍ରଚାର ଜୋର ଧରିବ।