ଗଜପତି: ପବନ କଲ୍ୟାଣଙ୍କ ସିନେମା ଦେଖିବା ପାଇଁ ଲୋକେ ଭୁଲିଗଲେ କୋଭିଡ଼ କଟକଣା, ପୋଲିସ ଦେଲା ଉତ୍ତମ ମଧ୍ୟମ

ଗଜପତି(କେନ୍ୟୁଜ୍): : କରୋନାର ଦ୍ବିତୀୟ ଲହରୀ ବଢୁଥିବା  ନେଇ ରାଜ୍ୟ ସରକାରଙ୍କ ଉଦବେଗ ବଢିବାରେ ଲାଗିଛି । ଏଥିପାଇଁ ଅନେକ କଟକଣାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏହାରେ ଭିତରେ  ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁ କିଛି ଅମାନିଆଙ୍କ ଦ୍‌ଶ୍ୟ ଆସିଛି ଯାହକୁ ଦେଖିଲେ ଯିଏ ବି ହେଲେ ରାଗିଯିବ।

gajapati4

ସୂଚନା ମୁତାବକ ପାରଳାଖେମୁଣ୍ଡିର ଜୟା ଓ ଲକ୍ଷ୍ମୀ ସିନେମା ହଲରେ ଟଲିଉଡ ସୁପର ଷ୍ଟାର ପବନ କଲ୍ୟାଣଙ୍କ ଓକିଲ ସାଏବ ଚଳଚିତ୍ର ମୁକ୍ତି ଲାଭକରିଥିଲା। ଯାହାକୁ ଦେଖିବାକୁ ଶତାଧିକ ଚଳଚିତ୍ର ପ୍ରେମୀ ଓ ପବନକଲ୍ୟାଣଙ୍କ ଫ୍ୟାନମାନେ କୋଭିଡ଼ କଟକଣାକୁ  ଖାତିର  ନକରି ହଲ ଆଗର ଟିକେଟ କାଉଣ୍ଟରରେ ଗହଳି ଜମାଇଥିଲେ। ହଲ ଆଗରେ ଥିବା ଲୋକଙ୍କ  ପାଖରେ ନା ଥିଲା  ସାମାଜିକ ଦୂରତା, ନା ସେମାନେ କେଉଁ ମାସ୍କ ପରିଧାନ କରିଥଲେ। ।

 ଅନ୍ୟପଟେ ସିନେମା ହଲ କର୍ତ୍ତୃପକ୍ଷ  ମଧ୍ୟ ନା ସାନିଟାଇଜର ଦେଉଥିଲେ ନା କୋଭିଡ ନିୟମ ମାନିବାକୁ ବ୍ୟବସ୍ଥା କରିଥିଲେ। ଏହି ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ଉପସ୍ଥତି ଜନତାଙ୍କୁ ଘଉଡାଇବାକୁ ଚେଷ୍ଟା କରିବାରେ ବିଫଳ ହେବା ପରେ କିଛି ଲୋକଙ୍କୁ ମାଡ଼ ମାରିଥିଲା। ତେବେ ହଲ ମାଲିକର ଭୁଲପାଇଁ ଲୋକ ମାଡ଼ ଖାଇଥିବାର କିଛି ଲୋକେ ଅଭିଯୋଗ କରିଛନ୍ତି।

gajapati ଏବେ ପ୍ରଶ୍ନ ଉଠିଛି ହଲବାଲା ବିନା କୌଣସି କୋଭିଡ଼ କଟକଣାରେ କିପରି  ଲୋକଙ୍କୁ ସିନେମା  ଦେଖାଉଛି। ଯଦି ହଲବାଲା କୋଭିଡ଼ କଟକଣାକୁ ଉଲଂଘନ କରୁଛି ତେବେ ତା ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ଥାନୀୟ କିଛି ଲୋକ ପ୍ରଶ୍ନ କରିଛନ୍ତି।  ତେବେ ଘଟଣା ପରେ ପୋଲିସର କୌଣସି ପତିକ୍ରିୟା ମିଳିନଥିବା ବେଳେ ହଲ କର୍ତ୍ତୃପକ୍ଷ  ବୈଷୟିକ  ତ୍ରୁଟି ଦର୍ଶାଇ ସିନେମା ହଲ ବନ୍ଦ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.