ଦିଲ୍ଲୀ ଶାସ୍ତ୍ରୀ ପାର୍କ ଫର୍ନିଚର ମାର୍କେଟରେ ନିଆଁ, କୋଟି କୋଟି ଟଙ୍କାର ଜିନିଷ ପୋଡି ଛାରଖାର

ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏକ ଫର୍ନିଚର ମାର୍କେଟରେ ନିଆଁ ଲାଗିବା ଯୋଗୁଁ ସବୁକିଛି ପୋଡି ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୨୦୦ରୁ ଅଧିକ ଫର୍ନିଚର ଦୋକାନ ଜଳିପୋଡି ପାଉଶଁ ହୋଇଯାଇଛି। ଫଳରେ କୋଟି କୋଟି ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ୩୨ଟି ଦମକଳ ଗାଡି ନିୟୋଜିତ ହୋଇଛି।

ସୂଚନାଯୋଗ୍ଯ, ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଅନେକ ସୋଫା, ବେଡ, ଚେୟାର ଏବଂ କାଠ ଦୋକାନରେ ଏହି ନିଆଁ ଲାଗିଛି। ଏହି ନିଆଁ ରାତି ପ୍ରାୟ ୧୨.୪୫ ମିନିଟରେ ଲାଗିଥିବା ଜଣାପଡିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୩୨ଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଘଟଣାରେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଏପର୍ଯ୍ଯନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ। ସଂପୂର୍ଣ୍ଣ ଭାବେ ନିଆଁ ଲିଭାଇବା ପରେ ଦମକଳ ବିଭାଗ ଭିତରକୁ ଯାଇ ନିଆଁ ଲିଭିବାର କାରଣ ଖୋଜିବ। କିନ୍ତୁ ଏପର୍ଯ୍ଯନ୍ତ ଉଦ୍ଧାର କାର୍ଯ୍ଯ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.