Below header

କାଠରେ ରାମ ମନ୍ଦିରର ସବୁଠାରୁ କ୍ଷୁଦ୍ରତମ ମଡେଲ ତିଆରି କଲେ ବ୍ରହ୍ମପୁରର ଦିଲୀପ, ଖୁବଶୀଘ୍ର ମୋଦିଙ୍କ ପାଖକୁ ପଠାଇବେ

ବ୍ରହ୍ମପୁର: ବ୍ରହ୍ମପୁରର କୁନି କ୍ଷୁଦ୍ର କାଠ ଶିଳ୍ପୀ ଦିଲୀପ ମହାରଣା ନିଜର ପ୍ରଚେଷ୍ଟା ବଳରେ ଗଢି ଚାଲିଛନ୍ତି ବିଭିନ୍ନ କୀର୍ତ୍ତିମାନ। ତେବେ ଦଶହରା ସମୟରେ ମା ଦୁର୍ଗାଙ୍କର ଏକ ଇଞ୍ଚ ବିଶିଷ୍ଟ କାଠରେ ତିଆରି ପ୍ରତିମା ଯାହା ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନିତ ହୋଇ ବ୍ରହ୍ମପୁର ମାଟି ପାଇଁ ଆଣିଥିଲା ଗୌରବ। ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ତାହା ବିଶ୍ୱର କ୍ଷୁଦ୍ରତମ ମୂର୍ତ୍ତି ବୋଲି ସ୍ଥାନିତ ହୋଇଥିଲା।

ତେବେ ଦିଲୀପ ଆଗାମୀ ରାମ ନବମୀ ଅବସରରେ ତିନି ଇଞ୍ଚ ଉଚ୍ଚତା ବିଶିଷ୍ଠ ପ୍ରଭୁ ଶ୍ରୀ ରାମଙ୍କର ଏକ ଅବିକଳ ମନ୍ଦିର ମଡେଲ ତିଆରି କରିଛନ୍ତି। ଉତ୍ତର ପ୍ରଦେଶର ଅଯୋଧ୍ୟାର ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିରର ନିର୍ମାଣ ପଛରେ ହିନ୍ଦୁ ମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ସେ ରାମ ନବମୀ ଅବସରରେ ଏଭଳି ଶ୍ରୀ ରାମଙ୍କର ମନ୍ଦିର ନିର୍ମାଣ କରିଥିବାର ପ୍ରକାଶ କରିଛନ୍ତି।

ଦିଲୀପ କାଠରେ ତିଆରି କରିଥିବା ଅନେକ କଳାକୃତି ମଧ୍ୟରେ ରାମ ମନ୍ଦିର ନିର୍ମାଣ କରିବା ପ୍ରକୃତରେ କଷ୍ଟ ସାଧ୍ୟ ଥିଲା ଏବଂ ଏହାକୁ ନିର୍ମାଣ କରିବାକୁ ତାଙ୍କୁ ଏକ ସପ୍ତାହରୁ ମଧ୍ୟ ଅଧିକା ସମୟ ଲାଗିଥିବା ସେ କହିଛନ୍ତି। ଅଯୋଧ୍ୟା ଭବ୍ୟ ରାମ ମନ୍ଦିରର ସମ୍ପୂର୍ଣ୍ଣ ଅବିକଳ ଢାଞ୍ଚା ସେ ଗୁଗଲରୁ ଯାହା ସବୁ ତଥ୍ୟ ରାମ ମନ୍ଦିର ସମ୍ପର୍କରେ ପାଇଲେ ସେ ଅନୁସାରେ ସେ ତିଆରି କରିବାକୁ ଚେଷ୍ଟା କରିଛନ୍ତି।

ram mandir

ରାମ ମନ୍ଦିରର ସମସ୍ତ ୮୪ ଖମ୍ବ ସମେତ ମୁଖ୍ୟ ମନ୍ଦିର ବେଢା ପାଶ୍ୱ ମନ୍ଦିର ଚାରିଟି ଗମ୍ବୁଜ ସହ ଅବିକଳ ଯାହା ରାମ ମନ୍ଦିର ତାହାର ମଡେଲ ତିଆରି କରିଛନ୍ତି। ଏହା ରାମ ମନ୍ଦିରର ସବୁଠାରୁ କ୍ଷୁଦ୍ରତମ ମଡେଲ ବୋଲି ସେ କହିଛନ୍ତି। ଏଭକି କଳାକୃତି ଦେଖି ଦିଲୀପଙ୍କ ଅଞ୍ଚଳ ବାସୀ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।

ସେ ଏହି ମନ୍ଦିରକୁ ଏସିଆ ବୁକ ଅଫ ରେକର୍ଡ୍ସ ଏବଂ ଗିନିଜ ବୁକ ପାଇଁ ଆବେଦନ କରିଛନ୍ତି। ଯଦି କେବେ ସୁଯୋଗ ମିଳେ ଦିଲୀପ ଏହି ମଡେଲକୁ ଧର୍ମେନ୍ଦ୍ର ପ୍ରଧାନଙ୍କର ମାଧ୍ୟମରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଭାବରେ ଦେବା ପାଇଁ ଆଶା କରିଛନ୍ତି। ପ୍ରଭୁ ଶ୍ରୀ ରାମଙ୍କର ଏହି ମନ୍ଦିର ତିଆରିରେ ଦିଲୀପଙ୍କୁ ତାଙ୍କ ବାପା ଭଗବାନ ଏବଂ ଭାଇ ମନୋଜ ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.