ଆଜି ସଂନ୍ଧ୍ୟାରେ ଘରେ ବସି ନିଅନ୍ତୁ କଟଲେଟର ମଜା, ଏପରି କରନ୍ତୁ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

ଭେଜିଟେବୁଲ ଅଏଲ – ୧ ବଡ ଚାମଚ
ପିଆଜ – ୧/୨ କପ୍‌
ଅଦା – ଏକ ଛୋଟ ଚାମଚ
ଗାଜର – ୧/୨ କପ୍‌
ବିନ୍ସ – ୧/୨ କପ୍‌
କର୍ନ – ୧/୪ କପ୍‌
ମଟର – ୧/୪ କପ୍‌
କଞ୍ଚା ଲଙ୍କା – ୨ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ଚାଟ ମସଲା – ୨ ଛୋଟ ଚାମଚ
ଗରମ ମସଲା ପାଉଡର – ୧/୨ ଚାମଚ
ଗୋଲମରୀଚ ପାଉଡର – ୧/୨ ଚାମଚ
ପନୀର – ୧/୨ କପ୍‌
ଆଳୁ – ଏକ କପ୍‌
ଧନିଆ ପତ୍ର – ୨ ବଡ ଚାମଚ
ପୋଦିନା ପତ୍ର – ୧ ବଡ ଚାମଚ
ଲେମ୍ବୁ ରସ – ଏକ ବଡ ଚାମଚ
ବ୍ରେଡ କ୍ରମ୍ବସ୍‌ – ୧/୨ କପ୍‌

କୋଟିଙ୍ଗ ପାଇଁ ସାମଗ୍ରୀ

ମଇଦା – ୧/୨ କପ୍‌
ଲୁଣ – ୧/୨ ଛୋଟ ଚାମଚ
ଗୋଲମରୀଚ ପାଉଡର – ୧/୪ ଚାମଚ
ବ୍ରେଡ କ୍ରମ୍ବସ – ୧/୨ ଛୋଟ ଚାମଚ
ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ୟାନରେ ତେଲ ଗରମ କରନ୍ତୁ।
  • ପିଆଜ ଏବଂ ଅଦା ପକାନ୍ତୁ ଏବଂ ୨-୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
  • ଏଥିରେ କର୍ନ, ଗାଜର, ବନ୍ଧାକୋବି, ବିନ୍ସ, ମଟର ଏବଂ କଞ୍ଚା ଲଙ୍କା ପକାଇ ଦିଅନ୍ତୁ ଏବଂ ୨-୩ ମିନିଟ ପାଇଁ ରାନ୍ଧନ୍ତୁ।
  • ଏବେ ଲୁଣ, ଚାଟ ମସଲା, ଗରମ ମସଲା ଏବଂ ଗୋଲମରୀଚ ପାଉଡର ପକାନ୍ତୁ। ଏସବୁକୁ ଭଲଭାବେ ମିକ୍ସ କରନ୍ତୁ।
  • ପ୍ୟାନକୁ ଗ୍ୟାସରେ ହଟାଇ ଦିଅନ୍ତୁ ଏବଂ ମିଶ୍ରଣକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ।
  • ଏଥିରେ ପନୀର, ଆଳୁ, ଧନିଆ, ପୋଦିନା, ଲେମ୍ବୁ ରସ ଏବଂ ବ୍ରେଡ କ୍ରମ୍ବସ ପକାନ୍ତୁ ଏବଂ ଭଲଭାବେ ମିକ୍ସ କରନ୍ତୁ।
  • ଏହାପରେ ଏକ ପାତ୍ରରେ ମଇଦା, ଲୁଣ, ଗୋଲମରୀଚ ପାଉଡର ପକାଇ ଭଲଭାବେ ମିକ୍ସ କରନ୍ତୁ।
  • ଅଳ୍ପ ପାଣି ଦେଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ।
  • ଏହାପରେ ପ୍ରସ୍ତୁତ ରଖିଥିବା ଭେଜିଟେବୁଲ ମିଶ୍ରଣର ଛୋଟ ଗୋଲା ନେଇ ଏହି ଘୋଳରେ ବୁଡାଇ ଦିଅନ୍ତୁ।
  • ବ୍ରେଡକ୍ରମ୍ବସ ସହିତ ଏହାକୁ କୋଟ କରିଦିଅନ୍ତୁ।
  • ତେଲରେ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  • ଏହାକୁ ଚଟଣୀ ସହିତ ଗରମା ଗରମ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.