ଭୁବନେଶ୍ବର: ରାଜ୍ୟରେ ୬ ହଜାର ତଳକୁ ଖସୁନି କରୋନା ସଂକ୍ରମଣ। ଆଉ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୯ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍। କ୍ୱାରେଣ୍ଟାଇନ୍ରୁ ୩ ହଜାର ୮୨୭, ଲୋକାଲ କଣ୍ଟାକ୍ଟ କେସ୍ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ନୂଆ ଆକ୍ରାନ୍ତ ରହିଛନ୍ତି।
ନୂଆପଡ଼ାରୁ ୫୫୧, କଳାହାଣ୍ଡିରୁ ୫୧୮ ଓ କଟକରୁ ୪୮୮ ନୂଆ କେସ୍ ରହିଛି। ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪ ଓ ଗଞ୍ଜାମରୁ ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍ ୪ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ ୪୯ହଜାର ୭୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୬୨ହଜାର ୯୩୧। ରାଜ୍ୟରେ ୫୦ହଜାର ନିକଟତର ହୋଇଛି ଆକ୍ଟିଭ୍ କେସ୍। ମେ ୧୫ ପର୍ଯ୍ୟନ୍ତ ସଂକ୍ରମଣ ବଢିବା ଅନୁମାନ କରାଯାଉଛି।