ଆଜି ଚାଲିଛି ପଶ୍ଚିମବଙ୍ଗ ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ, ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ

କୋଲକତା: କରୋନା ସଂକ୍ରମଣର ଭୟାବହତା ଭିତରେ ଜାରି ରହିଛି ପଶ୍ଚିମବଙ୍ଗ ନିର୍ବାଚନ । ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଛି । ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଜନତା । ୫ଟି ଜିଲ୍ଲାରେ ୮୬ ଲକ୍ଷ ମତଦାତା ମତଦାନ ସାବ୍ୟସ୍ତ କରୁଛନ୍ତି ।

୧୨ ହଜାର ବୁଥରେ ମତଦାନ ଚାଲିଛି । ସଂକ୍ରମଣ ବ୍ୟାପୁଥିବାରୁ ଭୋଟିଂ ବେଳେ କୋଭିଡ୍‌ ପ୍ରୋଟୋକଲ୍‌କୁ କଡ଼ାକଡ଼ି କରାଯାଇଛି । ପ୍ରତିଟି ବୁଥ୍‌ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ସମସ୍ତ ବୁଥ୍‌ ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରିତଟି ବୁଥ୍‌ରେ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି। କୋଭିଡ୍‌ କଟକଣାକୁ ପାଳନ କରି ଭୋଟଗ୍ରହଣ ଚାଲିଛି। ଏପ୍ରିଲ ୨୯ରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ । ମେ ୨ରେ ଭୋଟ ଗଣତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.