କରୋନା ମହାମାରୀ ଲଢେଇରେ ସାମିଲ ହେବା ପାଇଁ ଆଗେଇ ଆସିଲେ ସଲମାନ, ବାଣ୍ଟିଲେ ୫ ହଜାର ଖାଦ୍ଯ ପ୍ଯାକେଟ୍

ବଲିଉଡର ଭାଇଜାନ ସଲମାନ ଖାନ କରୋନା ମହାମାରୀ ଲଢେଇରେ ସାମିଲ ହେବାକୁ ପୁଣିଥରେ ଆଗେଇ ଆସିଛନ୍ତି। ସଲମାନ ଅଗ୍ରିମ ଫ୍ରଣ୍ଟଲାଇନ ୱାର୍କରଙ୍କ ପାଇଁ ୫ ହଜାର ଖାଦ୍ଯ ପ୍ଯାକେଟ ପହଞ୍ଚାଇଛନ୍ତି। ଏହି କାମରେ ସଲମାନଙ୍କ ଟିମ୍ ନୁହେଁ ବରଂ ନିଜେ ସଲମାନ ଦେଖାଶୁଣା କରୁଛନ୍ତି। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଭିଡିଓରେ ସଲମାନ ଖାନ ମେରୁନ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ଆଉ ଖାଦ୍ଯ ଚାଖୁଛନ୍ତି। ଏହା ସହିତ କେମିତି ଖାଦ୍ଯ ପ୍ଯାକ୍ ହୋଇଛି, ତାହା ମଧ୍ୟ ଦେଖୁଛନ୍ତି। କରୋନା ଗାଇଡଲାଇନ ମାନି ସଲମାନଙ୍କ ଟିମ୍ ଏହି କାମରେ ଲାଗିପଡିଛି।

ସୂଚନାଯୋଗ୍ଯ, ଗତଥର ଲକଡାଉନ ସମୟରେ ସଲମାନ ନିଜ ପରିବାର ସହିତ ପନୱେଲ ସ୍ଥିତ ଫାର୍ମହାଉସରେ ଲୋକଙ୍କୁ ସାହାଯ୍ଯ କରୁଥିଲେ। ଯାହାର ଭିଡିଓ ସେତେବେଳେ ମଧ୍ୟ ଭାଇରଲ ହୋଇଥିଲା।

ସଲମାନଙ୍କ ଅଗାମୀ ଫିଲ୍ମ ‘ରାଧେ ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଟ୍ରେଲର ନିକଟରେ ରିଲିଜ ହୋଇଥିଲା। ଯାହା ରେକର୍ଡ କରିଥିଲା। ଫିଲ୍ମର ପ୍ରଥମ ଗୀତ ଆଜି ରିଲିଜ ହେବ। ଏହି ଫିଲ୍ମରେ ସଲମାନ ଖାନ, ଦିଶା ପଟ୍ଟାନୀ, ରଣଦୀପ ହୁଡ୍ଡା, ଜ୍ଯାକି ଶ୍ରଫ ପ୍ରମୁଖ ଭୂମିକାରେ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.