ଆଉ ଅକ୍ସିଜେନ ଅଭାବରୁ ମରିବେନି କେହି, ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜେ ମେସିନ ତିଆରି କଲେ ଡାକ୍ତର

ଏବେ ଦେଶରେ କରୋନା ସ୍ଥିତି ଯେତେ ସାଂଘାତିକ ହୋଇଛି ତାଠୁ ଅଧିକ ଗମ୍ଭୀର ହୋଇଛି ଅକ୍ସିଜେନ ଅଭାବ। ଦେଶରେ ଅକ୍ସିଜେନ ସମସ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଆଗ୍ରା ମାଲବା ଜିଲ୍ଲାର ସରକାରୀ ଡାକ୍ତର ଓ କର୍ମଚାରୀ ଏକ ମେସିନ ତିଆରି କରିଛନ୍ତି। ଏହି କମ୍ପ୍ରେସର ମେସିନ ବାୟୁମଣ୍ଡଳରୁ ଅକ୍ସିଜେନ ଟାଣି ଆଣି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ। ଜରୁରୀକାଳୀନ ସ୍ଥିତିରେ ଏହି ମେସିନ ରୋଗୀଙ୍କ ଜୀବନ ବଞ୍ଚାଇବ।

doc3
Image Credit: Aaj tak

ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ଅକ୍ସିଜେନ ଅଭାବ ଦୂର କରିବାରେ ଏହି ମେସିନ ସାହାଯ୍ୟ କରିବ। ଡାକ୍ତର ବ୍ରଜ ଭୂଷଣ ପାଟିଦାର ଡେଣ୍ଟାଲ ହସ୍ପିଟାଲରେ ବ୍ୟବହାର କରାଯାଉଥିବା କମ୍ପ୍ରେସର ମେସିନରେ କିଛିଟା ପରିବର୍ତ୍ତନ କରି ଏହି ମେସିନ ବନାଇଛନ୍ତି। ଏହି ମେସିନ ବାୟୁମଣ୍ଡଳର ପବନକୁ ଟାଣି ରୋଗୀକୁ ପ୍ରେସରରେ ଦେବ। ଫଳରେ ରୋଗୀଙ୍କ ଶରୀରର ଅକ୍ସିଜେନ ଅଭାବ କିଛିକାଂଶରେ ଦୂର ହେବ।

doc2
Image Credit: Aaj tak

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ମେଡିକାଲକୁ ଆସୁଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଯୋଗାଇ ହେଉନାହିଁ। କିଛି ରୋଗୀଙ୍କୁ ଅତି ଏମରଜେନ୍ସିରେ ବି ଅକ୍ସିଜେନ ଦେଇ ହେଉନାହିଁ। ଏସବୁ ଅସୁବିଧାକୁ ଦେଖି ଡାକ୍ତର କମ୍ପ୍ରେସର ସାହାଯ୍ୟରେ ଏହି ମେସିନ ତିଆରି କରିଛନ୍ତି। ମେସିନ ତିଆରି କରିବାକୁ ମାତ୍ର ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ତେବେ ଡାକ୍ତରଙ୍କ ଏହି ଯୁଗାଡ଼ ଯୋଗୁ ଏବେ ବହୁ ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.