କରୋନା ପାଇଁ ଭାଇରାଲ ହେଉଥିବା ଘରୋଇ ଉପାୟର ଜାଣନ୍ତୁ ସତ୍ୟତା

କରୋନାର ୨ୟ ଲହର ସମସ୍ତଙ୍କୁ ଡରାଇ ରଖିଛି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ମାତ୍ରାରେ ଜାଗୃତ ହୋଇପଡିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପ୍ରାୟ ଲୋକ ଏହାର ନିରାକରଣ ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି । କିଛି ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ କେତେ ମାତ୍ରାରେ ଫଳପ୍ରଦ ।

କର୍ପୂର- ଜୁଆଣି:

ଭାଇରାଲ- କର୍ପୂର ଓ ଜୁଆଣିରେ ୟୁକାଲିପଟାସର ତେଲର ମିଶ୍ରଣ କୋଭିଡ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ ।

ତଥ୍ୟ- ଆମେରିକା ସ୍ୱାସ୍ଥ୍ୟ ଏଜେନ୍ସି ସିଡିସିଙ୍କ କହିବା ଅନୁଯାୟୀ, କର୍ପୂରର ସୁଗନ୍ଧ ଶରୀର ମଧ୍ୟରେ ପ୍ରବେଶ କରି ଏହା ବିଷାକ୍ତ ହୋଇପାରେ । ଏହା ବାହାର ବ୍ୟବହାର ଉପଯୋଗୀ ଜିନିଷ ହୋଇଥାଏ ।

ଲେମ୍ବୁ ନାକରେ ପକାଇଲେ ଅକ୍ତିଜେନ ସ୍ତର ଠିକ ରୁହେ:

ଭାଇରାଲ- କିଛିଦିନ ପୂର୍ବରୁ ଏହା ଭାଇରାଲ ହୋଇଥିଲା ଯେ, ଏହାକୁ ନାକରେ ପକାଇବା ଦ୍ୱାରା ଶରୀରରେ ଅକ୍ସିଜେନ ମାତ୍ରା ବୃଦ୍ଧି ପାଇଥାଏ ।

ତଥ୍ୟ- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବିକ , ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଆମ ଶରୀର ପାଇଁ ଭଲ ହୋଇଥାଏ; ମାତ୍ର ଏହା କରୋନା ରୋଗକୁ ପ୍ରତିହତ କରିବ ବୋଲି କୌଣସି ପ୍ରମାଣ ନାହିଁ ।

ଉଷୁମ ପାଣିର ବ୍ୟବହାର:

ଭାଇରାଲ- ପ୍ରତିଦିନ ଉଷୁମ ପାଣିରେ ଲୁଣ ପକାଇ ଏହାକୁ କୁଳି କଲେ ତଣ୍ଟି ଜନିତ ସମସ୍ୟା ଦୂର ହୁଏ । ଯାହାଦ୍ୱାରା ଭାଇରସ ଭିତରକୁ ପ୍ରବେଶ କରିପାରେ ନାହିଁ ।

ତଥ୍ୟ- ହାର୍ବାଡ ବିଶ୍ୱ ବିଦ୍ୟାଳୟ ଅନୁସାରେ ଏହାର କୌଣସି ପ୍ରମାଣ ନାହିଁ ଯେ ଏହାକୁ ବାରମ୍ବାର କଲେ ଆପଣ କୋଭିଡ ଆକ୍ରାନ୍ତ ହେବେନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.