କେନ୍ୟୁଜ୍(ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ନାହିଁ କୋଭିଡ୍ ଟେଷ୍ଟ ପଜିଟିଭ୍ ରିପୋର୍ଟ । ଆସିଲା କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଗାଇଡ୍ଲାଇନ୍ । ସବୁ ରାଜ୍ୟ ସରକାରଙ୍କୁ ଏହି ଗାଇଡ୍ ଲାଇନ୍ ଜାରି କରିଛି କେନ୍ଦ୍ର । ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କାହାକୁ ମନା କରାଯାଇପାରିବନି । ଆବଶ୍ୟକ ନାହିଁ କୋଭିଡ୍ ଟେଷ୍ଟ ପଜିଟିଭ୍ ରିପୋର୍ଟ ।
କୋଭିଡ୍ ସଂଦେହ କରାଗଲେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଅନ୍ୟ ସହର ବାସିନ୍ଦା ହେଲେ ବି ହସ୍ପିଟାଲରେ ଭର୍ତ୍ତି କରିବାକୁ ବାଧ୍ୟ । ତାଙ୍କୁ ପରିଚୟପତ୍ର ଦେଖାଇବାକୁ ବାଧ୍ୟ କରାଯିବନି । ତେବେ ଆବଶ୍ୟକତା ଦେଖି ହସ୍ପିଟାଲରେ ଭର୍ତ୍ତି କରାଯିବ । ସେହିପରି ଡିସ୍ଚାର୍ଜ ପାଇଁ ମଧ୍ୟ ଗାଇଡ଼ଲାଇନ୍ କଡ଼ାକଡ଼ି କରାଯାଇଛି ।