ଯୁବତୀ ପାଦରେ ଚାପିଦେଲେ ଏକ ମାଙ୍କଡ଼ର ହାତ, ରାଗରେ ଘେରି ଗଲେ ୩୫ ମାଙ୍କଡ଼, ଆଉ ଶେଷରେ ଡାକିବାକୁ ପଡ଼ିଲା ପୋଲିସ

ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ ଦଳ ଜଣଙ୍କ ଘର ଛାତ ଉପରେ ବସିଥିଲେ। ସେହି ଛାତକୁ ଲାଗି ଏକ ରୁମରେ ଜଣେ ଯୁବତୀ ବସିଥିଲେ। ମାଙ୍କଡ଼ଙ୍କୁ ଦେଖି ଯୁବତୀ ଯେତେବେଳେ କବାଟ ବନ୍ଦ କରିବାକୁ ଆସିଲେ, ସେତେବେଳେ ତାଙ୍କ ଗୋଡ଼ ଏକ ମାଙ୍କଡ଼ର ହାତ ଉପରେ ପଡ଼ିଗଲା। ଆଉ ଏହାପରେ ପୂରା ମାଙ୍କଡ଼ ଦଳ ରାଗିଯାଇ ଉକ୍ତ ରୁମକୁ ଘେରି ଯାଇଥିଲେ।

ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏଥିରୁ ମୁକୁଳିବା ପାଇଁ ୧୧୨ ଡାଏଲ କରି ପୋଲିସକୁ ଡକାଇବାକୁ ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ମାନଙ୍କୁ ସେଠାରୁ ଭଗେଇ ଥିଲା। ମାଙ୍କଡ଼ମାନେ ପଳେଇ ଯିବା ପରେ ଯୁବତୀ ଉକ୍ତ ଘରୁ ବାହାରିଥିଲେ। କୁହାଯାଉଛି କି, ଯୁବତୀ ଜଣକ ଗୋଟିଏ ଘର ଭିତରେ ପାଖାପାଖି ୩ ଘଣ୍ଟା କାଳ ଫସି ରହିଥିଲେ।

ମାଙ୍କଡ଼ଙ୍କ ହାବୁଡ଼ରେ ପଡ଼ି ଯାଇଥିବା ଉକ୍ତ ଯୁବତୀଙ୍କ ନାଁ ପ୍ରିୟଙ୍କା। ତେବେ ଦଳରେ ପାଖାପାଖି ୩୦-୩୫ ମାଙ୍କଡ଼ ଥିଲେ। ସମସ୍ତେ ଯୁବତୀଙ୍କ ରୁମର କବାଟ ଏବଂ ଝରକା ପାଖରେ ୩ ଘଣ୍ଟା କାଳ ଉତ୍ପାତ କରିଥିଲେ। ଯୁବତୀ ରହୁଥିବା କଲୋନୀର ଜଣେ ବ୍ୟକ୍ତି ପୋଲିସକୁ ଡକାଇଥିଲେ। ପୋଲିସ ମାଙ୍କଡ଼ଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା।

Leave A Reply

Your email address will not be published.