କ୍ରିସପି ତଥା ଫୁଲକା ପୁରି ତିଆରି କରିବାକୁ ଫଲୋ କରନ୍ତୁ ଏହି ଟିପ୍ସ

ପ୍ରାୟତଃ ସମସ୍ତେ ଘରେ ପୁରି ତିଆରି କରିଥାନ୍ତି। କିନ୍ତୁ ସମସ୍ତଙ୍କ ପୁରି କ୍ରିସପି ତଥା ଫୁଲକା ଫୁଲକା ହୋଇନଥାଏ। ତେବେ ଆଜି ଆସନ୍ତୁ ଜାଣିବା କିଛି ଟିପ୍ସ ଯାହାକୁ ଆପଣାଇ ଆପଣ ନିଜ ପୁରିକୁ କ୍ରିସପି ବନାଇ ପାରିବେ…

  • ପୁରି କରିବା ବେଳେ ଅଟାରେ ତେଲ କିମ୍ବା ଘିଅ ନିଶ୍ଚୟ ମିଶାନ୍ତୁ।
  • ଅଟା ଚକୁଟିବା ପରେ ଅଧ ଘଣ୍ଟା ଯାଏଁ ଘୋଡ଼ାଇ ରଖନ୍ତୁ।
  • ଚକୁଟା ଯେମିତି ଅଧିକ ଟାଣ କି ନରମ ନହୁଏ।
  • ବେଲିବା ବେଳେ ଅଟା ନ ଲଗାଇ ତେଲ ଲଗାଇ ବେଲନ୍ତୁ। ଏହା ଦ୍ୱାରା ଛାଣିବା ବେଳେ କଡ଼େଇ ତଳେ କଳା ଜମିବ ନାହିଁ।
  • ବେଲିବାର ୧୫ ମିନିଟ ଭିତରେ ହିଁ ପୁରି ଛାଣନ୍ତୁ।
  • ତେଲ ପୂରା ଗରମ ହେଲେ ହିଁ ପୁରି ଛାଣିବେ। ଫଳରେ ଏହା କ୍ରିସପି ବନିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.