ଅନ୍ତଃରାଜ୍ୟ ସିନିୟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଅମୀୟଙ୍କୁ ବ୍ରୋଞ୍ଜ ପଦକ

ପାତିଆଲା : ଓଡ଼ିଆ ଧବକ ଅମୀୟ ମଲ୍ଲିକଙ୍କୁ ୧୦୦ ମିଟର ଦୌଡ଼ରେ ମିଳିଛି ବ୍ରୋଞ୍ଜ ପଦକ । ଏଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ୬୦ତମ ଅନ୍ତଃରାଜ୍ୟ ସିନିୟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଅମୀୟ ମଲ୍ଲିକ ପୁରୁଷ ଶହେ ମିଟର ଦୌଡ଼ରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦.୪୯ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୨୭ ସେକେଣ୍ଡ ଏବଂ ତାଙ୍କ ରାଜ୍ୟର ଲଭପ୍ରୀତ ସିଂହ ୧୦.୪୭ ସେକେଣ୍ଡ ସହ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଛନ୍ତି ।

ତେବେ ରେକର୍ଡ଼ ବ୍ରେକର ଦୂତୀ ଚାନ୍ଦ ଆଜି ଆହତ ଥିବା ଯୋଗୁଁ ୧୧.୬୨ ସେକେଣ୍ଡରେ ମହିଳା ୧୦୦ ମିଟର ବର୍ଗରେ ଚତୁର୍ଥ ହୋଇଛନ୍ତି । ରିଲେ ରେସ୍‌ରେ ଦୌଡ଼ିବା ଯୋଗୁଁ ତାଙ୍କ ଗୋଡ଼ ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଥିଲା । ତେଣୁ ସେ ଉଚିତ ଟାଇମିଂ ଦେଇ ପାରି ନାହାନ୍ତି । ତେବେ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ତାଙ୍କର ରାଙ୍କିଙ୍ଗ ହିଁ ତାଙ୍କୁ ସାହାଯ୍ୟ କରିବ ।

ଗତ ସୋମବାର ଦିନ ସେ ଇଣ୍ଡିଆନ୍‌ ଗ୍ରାଁଫ୍ରିରେ ୧୧.୧୭ ସେକେଣ୍ଡ ନେଇ ନୂଆ ରେକର୍ଡ଼ କରିଥିଲେ । ଅଲିମ୍ପିକ୍‌ ଯୋଗ୍ୟତା ସମୟ ହେଉଛି ୧୧.୧୫ ସେକେଣ୍ଡ । ଆଜି ମହିଳା ଶହେ ମିଟରରେ ଧନଲକ୍ଷ୍ମୀ (୧୧.୫୨ ସେକେଣ୍ଡ), ଆମାସା (୧୧.୫୯) ଓ ଅର୍ଚ୍ଚନା (୧୧.୬୦) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.