ସ୍ୱଦେଶୀ ଟିକା ନ ନେଇ ଋଷ ଭ୍ୟାକ୍ସିନ୍ Sputnik V ନେଲେ ତେଜସ୍ୱୀ ଓ ତେଜପ୍ରତାପ
ରାଜନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ଼ ଭାଇ ତେଜପ୍ରସାଦ ଯାଦବ ବୁଧବାର ଦିନ କରୋନା ଟିକା ନେଇଛନ୍ତି। ଉଭୟ ପାଟଣାସ୍ଥିତ ମେନ୍ଦାନା ହସ୍ପିଟାଲରେ ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭି ଡୋଜ୍ ନେଇଛନ୍ତି। ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।
ତେଜପ୍ରତାପ ଟ୍ଵିଟ୍ କରି କହିଛନ୍ତି, ‘ପାଟନାସ୍ଥିତ ମେନ୍ଦାନା ହସ୍ପିଟାଲରେ ଭାଇ ତେଜସ୍ୱୀଙ୍କ ସହ କରୋନା ଟିକା ନେଇଛି। ଆପଣ ସମସ୍ତେ ବି ନିଅନ୍ତୁ’। ଉଭୟ ନେତା ଦେଶରେ ଟିକାଦାନ ଆରମ୍ଭ ହେବାର ପ୍ରାୟ ୫ ମାସ ପରେ ଟିକା ନେଇଛନ୍ତି।
पटना स्थित मेदांता अस्पताल में अपने भाई @yadavtejashwi के साथ कोरोना का टीका लगवाया।
आप सब भी लगवाएँ। pic.twitter.com/PigLmFACgi
— Tej Pratap Yadav (@TejYadav14) June 30, 2021
ସୂଚନାଯୋଗ୍ୟ ଯେ ତେଜସ୍ୱୀ ଯାଦବ ଗତ ସପ୍ତାହରେ କହିଥିଲେ ଯେତେବେଳେ ୭୦ ପ୍ରତିଶତ ଲୋକ କରୋନା ଟିକା ନେବେ, ସେତେବେଳେ ସେ ଭ୍ୟାକ୍ସିନ୍ ନେବେ। ପ୍ରକାଶ ଯେ ଏବେ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଦିଆଯାଉଛି। ଏଥିସହ ଋଷର ସ୍ପୁଟନିକ୍ ଭିକୁ ମଧ୍ୟ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି।