ଟି-୨୦ ରାଙ୍କିଙ୍ଗ: କୋହଲି ୫ରେ ସ୍ଥିର, ରାହୁଲ ୬କୁ ଉଠିଲେ

ଆଇସିସି ପକ୍ଷରୁ ବୁଧବାର ଟି-୨୦ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନରେ ସ୍ଥିର ରହିଥିବା ବେଳେ କେ ଏଲ୍ ରାହୁଲ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଇଂଲଣ୍ଡର ଦାୱିଦ ମଲାନ ୮୮୮ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଆରୋନ୍ ଫିଞ୍ଚ(୮୩୦), ବାବର ଆଜମ( ୮୨୮) ଓ ଡେଭନ୍ କନୱେ(୭୭୪) ପରବର୍ତ୍ତୀ ସ୍ଥାନରେ ରହିଛନ୍ତି । କୋହଲି ୭୬୨ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ସ୍ଥିର ରହିଥିବା ବେଳେ ଭାରତୀୟ ଓପନର ତଥା ପୂର୍ବତନ ଏକ ନମ୍ବର ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ୭୪୩ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବ୍ୟାଟ୍ସମ୍ୟାନ୍ ଭାବରେ ଏହି ଦୁଇ ଖେଳାଳି ଟପ୍ ଟେନରେ ରହିଥିବା ବେଳେ ବୋଲର ଓ ଅଲରାଉଣ୍ଡର ତାଲିକାରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି ।

ଅପରପକ୍ଷରେ ଦିନିକିଆ ରାଙ୍କିଙ୍ଗରେ ବାବର ଆଜମ୍ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତୀୟ ଅଧିନାୟକ-ଉପ ଅଧିନାୟକ ଯୋଡି କୋହଲି ଓ ରୋହିତ ପୂର୍ବପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବୋଲରଙ୍କ ମଧ୍ୟରେ ଜସପ୍ରୀତ୍ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ରହିଥିବା ବେଳେ ଅଲରାଉଣ୍ଡ ତାଲିକାରେ ୯ମ ସ୍ଥାନରେ ରହିଛନ୍ତି ରବୀନ୍ଦ୍ର ଜାଡେଜା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.