ଧର୍ମ, ପୁରାଣ, ଜ୍ଯୋତିଷ, ବାସ୍ତୁ ଆଦି କାମରେ ସବୁ କାମକୁ କରିବାର ସଠିକ୍ ଉପାୟ ଏବଂ ସମୟ କୁହାଯାଇଛି। ଏହା ସହିତ ଏହି କାମ ପଛରେ ଥିବା କାରଣ ମଧ୍ୟ କୁହାଯାଇଛି। ଯଦି କୌଣସି ବ୍ଯକ୍ତି ଏହାକୁ ପାଳନ ନ କରନ୍ତି, ତେବେ ସେମାନେ କ୍ଷତିରେ ପଡନ୍ତି। ଶନିବାର ଦିନ ଦେବତା ଶନି ଦେବ ବହୁତ କ୍ରୁର। କିନ୍ତୁ ଏହି ଦିନରେ ଏମିତି କିଛି କାମ ରହିଛି, ଯାହାକୁ କରିବା ମନା।
ତେବେ ଜାଣନ୍ତୁ କ’ଣ କରିବା ମନା :
୧- କେବେ ବି ଗରିବ, ସଫେଇ କର୍ମଚାରୀ, ଦେଖିପାରୁନଥିବା ବ୍ଯକ୍ତି, ଦିବ୍ଯାଙ୍ଗ ଏବଂ ଅସହାୟ ମହିଳାଙ୍କ ଅପମାନ କରନ୍ତୁ ନାହିଁ। ଏମିତି କଲେ ଶନିଦେବ ବହୁତ ରାଗି ଯାଆନ୍ତି। ଶନିବାର ଏମିତି କଲେ ଶନିଦେବ ଅଧିକ କ୍ରୋଧ କରନ୍ତି।
୨-ଶନିବାର ଦିନ ମଦ ପିଅନ୍ତୁ ନାହିଁ। ଏମିତି କରିବା ଦ୍ବାରା ଜୀବନରେ ସଂକଟ ଆସିଥାଏ।
୩- ଶନିବାର ଦିନ ପୂର୍ବ, ଉତ୍ତର ଏବଂ ଐଶ୍ବାନ କୋଣକୁ ଯାତ୍ରା କରନ୍ତୁ ନାହିଁ। ଯଦି କେବେ କରିବାକୁ ଦରକାର ପଡେ, ତେବେ ଅଦା ଖାଇ ଘରୁ ବାହାରି ୫ ପାଦ ପଛକୁ ଚାଲନ୍ତୁ।
୪- ଶନିବାର ଦିନ ବିବାହିତ ଝିଅ କେବେ ବି ଶ୍ବଶୁର ଘରକୁ ଯିବା ଉଚିତ ନୁହେଁ।
୫- ଶନିବାର ଦିନ କହୁଥିବା ମିଛ ଯୋଗୁଁ ମଧ୍ୟ ଶନିଦେବ କ୍ରୋଧିତ ହୁଅନ୍ତି।
୬- ଶନିବାର ଦିନ ଘରେ ତେଲ, କାଠ, କଳା ଜିରା, କୋଇଲ, ଲୁଣ, ଲୁହା କୌଣସି ଜିନିଷ ମଧ୍ୟ କିଣି ଆଣନ୍ତୁ ନାହିଁ।