ଆଫଗାନିସ୍ତାନ ସଙ୍କଟ: ନୂଆଦିଲ୍ଲୀରୁ କାବୁଲ ଯିବାକୁ ଥିବା ଏୟାର ଇଣ୍ଡିଆର ସବୁ ବିମାନ କ୍ୟାନ୍ସଲ
ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନ୍ ପ୍ରବେଶ କରିବା ପରେ ସେଠାରେ ହାହାକାର ସ୍ଥିତି ଉପୁଜିଛି। ସବୁ ଦେଶ ନିଜ ନାଗରିକମାନଙ୍କୁ କାବୁଲରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଲାଗିପଡ଼ିଛନ୍ତି। ଭାରତ ସରକାର ମଧ୍ୟ କାବୁଲରୁ ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଦୁଇଟି ବିମାନକୁ ଷ୍ଟାଣ୍ଡ ବାଏରେ ରଖିବାକୁ ଏୟାର ଇଣ୍ଡିଆକୁ କହିଛନ୍ତି। ଏୟାର ଇଣ୍ଡିଆ କାବୁଲରୁ ନୂଆଦିଲ୍ଲୀକୁ ଜରୁରୀକାଳୀନ ଅପରେସନ୍ ପାଇଁ ଏକ ଦଳ ତିଆରି କରିଛନ୍ତି।
ତେବେ ଇତି ମଧ୍ୟରେ ଖବର ଆସିଛି ଯେ ଦିଲ୍ଲୀରୁ କାବୁଲ ଯିବାକୁ ଥିବା ସମସ୍ତ ଫ୍ଲାଇଟ୍ସକୁ କ୍ୟାନ୍ସଲ କରିଦିଆଯାଇଛି। ଏହା ପୂର୍ବରୁ ଏୟାର ଇଣ୍ଡିଆର ବିମାନ ୧୨.୩୦ରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏବେ ଏହାକୁ ରଦ୍ଦ କରିଦିଆଯାଇଛି। ଏଣୁ ସେଠାରେ ଥିବା ଭାରତୀୟ ଫେରିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କାବୁଲରୁ ଏୟାର ଇଣ୍ଡିଆର ବିମାନ ରବିବାର ସନ୍ଧ୍ୟାରେ ୧୨୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଫେରିଥିଲା।