ମୁହଁରେ ଲଗାନ୍ତୁ କିସ୍‌ମିସ୍‌ ଫେସ୍‌ପ୍ୟାକ୍‌, ଦୂର ହେବ ସମସ୍ତ ତ୍ୱଚା ସମ୍ବନ୍ଧୀୟ ସମସ୍ୟା

ଅଙ୍ଗୁରକୁ ଶୁଖାଇ ପ୍ରସ୍ତୁତ କରାଯାଉଥିବା କିସ୍‌ମିସ୍‌ ଦେହ ପାଇଁ ଖୁବ୍‌ ଉତ୍ତମ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଏହା ତ୍ୱଚା ପାଇଁ ବି ଦରକାରୀ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତ୍ୱଚାରେ କିସ୍‌ମିସ୍‌ର ଫେସ୍‌ପ୍ୟାକ୍‌ ଲଗାଇଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହୁଏ। ତେବେ ଆସନ୍ତୁ ଜାଣିବା କିସ୍‌ମିସ୍‌ ଫେସ୍‌ପ୍ୟାକ୍‌ ବନାଇବା ବିଧି…

ଫେସ୍‌ପ୍ୟାକ୍‌ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପକରଣ:

କିସ୍‌ମିସ୍‌, ଟି ଟ୍ରି ଅଏଲ, ଲେମ୍ବୁ ରସ, ଆଲୋଭେରା ଓ ମୁଲତାନୀ ମାଟି

ପ୍ରସ୍ତୁତି ପ୍ରଣାଳୀ:

ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରନ୍ତୁ। ଯଦି ଏହି ପେଷ୍ଟ ଅଧିକ ମୋଟା ଓ ଶୁଷ୍କ ହୋଇଯାଇଛି ତେବେ, ଏଥିରେ ଅଳ୍ପ ଗୋଲାପ ଜଳ ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୨୫ ମିନିଟ୍‌ ରଖନ୍ତୁ। ପରେ ସାଦା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ ଏହି ମାସ୍କ ମୁହଁରେ ଲଗାନ୍ତୁ। ତ୍ୱଚା ଚମକିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.